India Canada Row: ବଢୁଛି ଭାରତ-କାନାଡା ବିବାଦ, କମୁଛି ଜଷ୍ଟିନ୍ ଟ୍ରୁଡୋଙ୍କ ଲୋକପ୍ରିୟତା

India-Canada Tension: ଖାଲିସ୍ତାନୀ ସମର୍ଥକ ହାରଦୀପ ସିଂ ନିଜ୍ୱରଙ୍କ ହତ୍ୟାକାଣ୍ତକୁ ନେଇ ପୁଣି ଭାରତକୁ ଘେରିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଯାହା ପରେ ପୁଣି ତ୍ରୀବ୍ର ହୋଇଛି ଦୁଇ ଦେଶର ବିବାଦ । ହାରଦୀପ ସିଂ ନିଜ୍ୱରଙ୍କ ହତ୍ୟା ପଛରେ ଭାରତୀୟ ଏଜେଣ୍ଟ ହାତ ଅଛି ବୋଲି ଦାବି କରିଛନ୍ତି ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁ଼ଡୋ ।

ତେବେ ଏହି ଅଭିଯୋଗକୁ ଲଗାତାର ଭାରତ ଖଣ୍ତନ କରି ଆସୁଛି । ଏପରି ଅଭିଯୋଗ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଜିତ ବୋଲି କହିଛନ୍ତି
ବୈଦେଶିକ ବ୍ୟାପାର ମନ୍ତ୍ରାଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି । ଏହେ ବିବାଦ ସେତେବେଳେ ବଢିଥିଲା ଯେତେବେଳେ ଭାରତୀୟ କୂଟନୈତିକ ପ୍ରତିନିଧିଙ୍କୁ ବହିସ୍କାର କରିଥିଲା କନାଡା । ଯାହା ପରେ ଭାରତ ଭିସା ଉପରେ ପ୍ରତିବନ୍ଧକ ଲଗାଇଛି। ଯେତେବେଳେ ଭାରତ ପ୍ରମାଣ ମାଗିଲା, ଟ୍ରୁଡୋ କହିଛନ୍ତି ଯେ ଏହା ଏକ ସପ୍ତାହ ପୂର୍ବରୁ ଦିଆଯାଇଥିଲା।

 India Canada Row

ଭାରତ ସ୍ପଷ୍ଟ ଭାବେ କହିଛି ଯେ ମୂଳ ପ୍ରସଙ୍ଗ ହେଉଛି ଆତଙ୍କବାଦ। ଭାରତ ବିରୋଧୀ ଆତଙ୍କବାଦୀ ସଂଗଠନ ପାଇଁ କାନାଡା ଏକ ଆଶ୍ରୟସ୍ଥଳୀ ପାଲଟିଛି। ଇଣ୍ଡୋ ଟୁଡେ ସହ କଥା ହେବାବେଳେ ଇଣ୍ଡୋ-କାନାଡାର ପୂର୍ବତନ ରାଜନେତା ଡାଭେ ହାଇର କହିଛନ୍ତି ଯେ କାନାଡାର ମାତ୍ର 10 ପ୍ରତିଶତ କିମ୍ବା ବୋଧହୁଏ 15 ପ୍ରତିଶତ ଲୋକ ଏହି କାର୍ଯ୍ୟକଳାପକୁ ସମର୍ଥନ କରନ୍ତି, କିନ୍ତୁ ଅବଶିଷ୍ଟ ଲୋକମାନେ ଭାରତ ସହିତ ଭଲ ସମ୍ପର୍କ ଚାହୁଁଛନ୍ତି। ସେହିପରି ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ କାନାଡା ଅଯଥା ହସ୍ତକ୍ଷେପ କରୁଛି ବୋଲି ଅଭିଯୋଗ କରିଛି ଭାରତ ।

ଏହା ବ୍ୟତୀତ କାନାଡାର ଗ୍ଲୋବାଲ ନ୍ୟୁଜରେ ପ୍ରକାଶିତ ଆଇପିଏସ ସର୍ଭେ ଅନୁଯାୟୀ କାନାଡାରେ ଜଷ୍ଟିନ ଟ୍ରୁଡୋଙ୍କ ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଛି । ଲୋକମାନଙ୍କ ମତରେ କନଜରବେଟିଭ୍ ପାର୍ଟିର ନେତା ପୋଏଲିଭ୍ରେ ପ୍ରଧାନମନ୍ତ୍ରୀ ହେବା ଉଚିତ୍। ସର୍ଭେ ଅନୁଯାୟୀ ଯଦି ଆଜିର ପରିସ୍ଥିତିରେ କାନାଡାରେ ନିର୍ବାଚନ ହୁଏ, ତେବେ କନଜରବେଟିଭ୍ ପାର୍ଟି ଏଠାରେ ସରକାର ଗଠନ କରିପାରିବ।

ସୂଚନାଥାଉ ଯେ, ଅନିଦ୍ଧିଷ୍ଟ କାଳ ପାଇଁ କାନାଡା ଲୋକଙ୍କ ପାଇଁ ଭିସା ସେବା ରଦ୍ଦ କରିଛି ଭାରତ । ଅର୍ଥାତ୍ ଭାରତକୁ ଆସିବାକୁ ଥିବା କାନାଡା ନାଗରିକଙ୍କୁ ଏବେ ଭାରତର ଭିସା ମିଳିପାରିବ ନାହିଁ । ଏନେଇ ବିଏଲଏସ ଇଣ୍ଟରନ୍ୟାସନାଲ ୱେବସାଇଟ୍ ଜରିଆରେ ନୋଟିସ୍ ଜାରି କରାଯାଇ ସୂଚନା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+