ବଡ଼ପଣ ଦେଖାଇଲା ଭାରତ , ପାକିସ୍ତାନକୁ ପୂର୍ବରୁ କରାଇଦେଲା ବନ୍ୟା ସତର୍କ
ପହଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ ସମ୍ପର୍କ ଆହୁରି ଖରାପ ହୋଇଛି। ପହଲଗାମ ଆକ୍ରମଣର ଜବାବ ଦେବା ପାଇଁ ପାକିସ୍ତାନ ବିରୋଧରେ ଭାରତ ଆରମ୍ଭ କରିଥିଲା ଅପରେସନ ସିନ୍ଦୂର । କେବଳ ଅପରେସନ ସିନ୍ଦୂର ନୁହେଁ ପାକିସ୍ତାନ ବିରୋଧରେ ଆହୁରି କଡ଼ା ଆକ୍ସନ ମଧ୍ୟ ନେଇଥିଲା ଭାରତ ।
ଭାରତ ଗତ ସାତ ଦଶନ୍ଧି ଧରି ଚାଲି ଆସୁଥିବା ସିନ୍ଧୁ ଜଳ ଚୁକ୍ତିକୁ ମଧ୍ୟ ଏପ୍ରିଲ ୨୦୨୫ରେ ସ୍ଥାୟୀ ଭାବରେ ସ୍ଥଗିତ ରଖିଥିଲା । ଏହା ଅଧୀନରେ, ଭାରତ ଆଉ ପାକିସ୍ତାନକୁ ଜଳ ପ୍ରବାହ ତଥ୍ୟ ଏବଂ ବୈଷୟିକ ସୂଚନା ଦେବାକୁ ବାଧ୍ୟ ନୁହେଁ । ୧୯୬୦ରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ଏବଂ ଏହା ସେବେଠାରୁ ଚାଲୁଥିଲା। କିନ୍ତୁ ଆତଙ୍କବାଦୀ ଆକ୍ରମଣ ଯୋଗୁଁ, ଭାରତ କଠୋରତା ଦେଖାଇ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା । ଆଉ ଏବେ ଭାରତ ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ପାକିସ୍ତାନ ସହ ଏହି ବିଷୟରେ ଯୋଗଯୋଗ କରିଛି । ତାହା ପୁଣି ଏକ ସତର୍କ ସୂଚନା ଦେବା ପାଇଁ ।

ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କହୁଛି ଯେ ମେ ମାସରେ ସାମରିକ ସଂଘର୍ଷ ପରେ ଏହା ଦୁଇ ପଡ଼ୋଶୀଙ୍କ ମଧ୍ୟରେ ପ୍ରଥମ ବଡ଼ ଯୋଗାଯୋଗ। ରିପୋର୍ଟ ଅନୁଯାୟୀ, ଇସଲାମାବାଦରେ ଥିବା ଭାରତୀୟ ଉଚ୍ଚାୟୋଗ ଅଗଷ୍ଟ ୨୪ରେ ଜମ୍ମୁର ତାୱି ନଦୀରେ ବନ୍ୟା ସମ୍ଭାବନା ବିଷୟରେ ପାକିସ୍ତାନୀ ଅଧିକାରୀମାନଙ୍କୁ ସୂଚନା ଦେଇଥିଲା। ଭାରତର ଏହି ପଦକ୍ଷେପ ପରେ ପାକିସ୍ତାନ ମଧ୍ୟ ଏକ ଚେତାବନୀ ଜାରି କରିଥିଲା।
ସୂତ୍ର ଅନୁଯାୟୀ, ଭାରତ ବନ୍ୟା ସମ୍ପର୍କିତ ସୂଚନା ବାଣ୍ଟିବା ପାଇଁ ପାକିସ୍ତାନ ସହିତ ଯୋଗାଯୋଗ କରିଛି। ତଥାପି, ଭାରତ କିମ୍ବା ପାକିସ୍ତାନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ନିଶ୍ଚିତକରଣ ହୋଇନାହିଁ। ସାଧାରଣତଃ ସିନ୍ଧୁ ଜଳ କମିଶନରଙ୍କ ମାଧ୍ୟମରେ ଏପରି ସୂଚନା ବାଣ୍ଟିଥାଏ। ଭାରତ ଜମ୍ମୁର ତାୱି ନଦୀରେ ସମ୍ଭାବ୍ୟ ଭୟଙ୍କର ବନ୍ୟା ବିଷୟରେ ଇସଲାମାବାଦରେ ଥିବା ଭାରତୀୟ ଉଚ୍ଚାୟୋଗ ମାଧ୍ୟମରେ ପାକିସ୍ତାନକୁ ସତର୍କ କରିଥିଲା। ଖବରରେ ଏହା ମଧ୍ୟ ଦାବି କରାଯାଇଛି ଯେ ମେ ମାସରେ ଦୁଇ ଦେଶ ମଧ୍ୟରେ ସାମରିକ ସଂଘର୍ଷ ପରେ ଏହା ପ୍ରଥମ ବଡ଼ ଆଲୋଚନା।












Click it and Unblock the Notifications