ସୀମାରେ ଆତଙ୍କବାଦୀ ଆକ୍ରମଣ ଘଟଣା, ଓଡ଼ିଶାରୁ ଜାମ୍ମୁ କାଶ୍ମୀର ଯିବେ ବିଏସଏଫ୍ ଯବାନ

ଜାମ୍ମୁ କାଶ୍ମୀରରେ ଦିନକୁ ଦିନ ଆତଙ୍କବାଦୀ ଆକ୍ରମଣ ତୀବ୍ର ହେବାର ଲାଗିଛି । କାରଣ ଏହି କିଛି ଦିନ ହେବ ପୁଣି ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ସୁରକ୍ଷାକର୍ମୀଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ସାଜିଛି । ଏହି ଭିତରେ ମାଲକାନଗିରି ଓ କୋରାପୁଟରୁ ଜମ୍ମୁ-କାଶ୍ମୀର ସ୍ଥାନାନ୍ତରିତ ହେବେ ବିଏଏସଏଫ୍ ଯବାନ। ଏଠାରୁ ୨୦୦୦ ବିଏସଏଫ୍ ଯବାନ୍ ଜମ୍ମୁ-କାଶ୍ମୀର ଯିବେ ।

BSF jawan

ସୀମାରେ ଏବେ ଆତଙ୍କବାଦୀଙ୍କ ଆକ୍ରମଣ ବୃଦ୍ଧି ପାଇଥିବାରୁ ଏବଂ ସେଠାରେ ଲଗାତାର ଯବାନ ସହିଦ ହେବା ଘଟଣାକୁ ନେଇ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ଭାରତ ସରକାର । ଏହାସହ ସୀମାନ୍ତ ଜମ୍ମୁ-କାଶ୍ମୀରରୁ ଆତଙ୍କବାଦୀଙ୍କୁ ନିପାତ କରିବାକୁ ସରକାର ନେଇଛନ୍ତି କଡା ପଦକ୍ଷେପ । ଓଡିଶାରୁ ସେଠାକୁ ଦୁଇଟି ବାଟାଲିଅନକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଜାମ୍ମୁ କାଶ୍ମୀରରେ ବଢୁଛି ଆତଙ୍କବାଦୀ କାର୍ୟ୍ୟକଳାପ। ଜୁଲାଇ ମାସରେ ଆତଙ୍କବାଦୀଙ୍କ ଆକ୍ରମଣରେ ଗଲାଣି ୧୨ ଯବାନଙ୍କ ଜୀବନ। ଗତକାଲି ଉତ୍ତର କାଶ୍ମୀରର କୁପୱାଡ଼ା ଜିଲ୍ଲା ଅଧୀନସ୍ଥ ମଚ୍ଛଲ ସେକ୍ଟର‌ର ଏଲ୍‌ଓସିରେ ପାକିସ୍ତାନୀ ବର୍ଡର ଆକ୍ସନ ଟିମ୍‌ (ବ୍ୟାଟ୍‌) ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିଥିଲା। କିନ୍ତୁ ଆକ୍ରମଣକୁ ପଣ୍ଡ କରିଛି ଭାରତୀୟ ସେନା। ପାକିସ୍ତାନ ସେନାର ସ୍ବତନ୍ତ୍ର ଅଧିକାରୀ ଏବଂ ଗ୍ରୁପ୍‌ କମାଣ୍ଡୋ ସମେତ ଆତଙ୍କବାଦୀମାନେ କମକଡ଼ି ସେକ୍ଟରରେ ଆକ୍ରମଣ କରିଥିଲେ।

୩ ପାକିସ୍ତାନୀ ଅନୁପ୍ରବେଶକାରୀ ତ୍ରେଗାମ ସେକ୍ଟରର କମକଡ଼ି ପୋଷ୍ଟ୍‌ ନିକଟରେ ଥିବା ଫରୱାର୍ଡ ପୋଷ୍ଟ୍‌ ଉପରକୁ ଗ୍ରେନେଡ୍‌ ମାଡ଼ କରିବା ସହ ଗୁଳିବର୍ଷା କରିଥିଲେ। ଏହାର ଜବାବ ଦେଇ ଭାରତୀୟ ସେନାବାହିନୀ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା। ପ୍ରାୟ ୩ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଥିଲା। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ନିପାତ ହୋଇଛି ଏବଂ ଅନ୍ୟ ୨ଜଣ ପିଓକେକୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି।

ଅନ୍ୟପକ୍ଷେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ଗୁଳିମାଡ଼ରେ ଜଣେ ଯବାନ ସହିଦ ହୋଇଛନ୍ତି ଏବଂ ଜଣେ ମେଜରଙ୍କ ସମେତ ୪ ଜଣ ଯବାନ ଆହତ ହୋଇଛନ୍ତି। ସମସ୍ତେ ଏବେ ଶ୍ରୀନଗର ସାମରିକ ହସ୍ପିଟାଲରେ ଚିକିତ୍ସା ‌ହେଉଛନ୍ତି। ଜଣେ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାରଗିଲ ବିଜୟ ଦିବସ ଅବସରରେ ଲଦାଖରେ ପାକିସ୍ତାନକୁ ଚେତାବନୀ ଦେଇଥିଲେ। ଇତିହାସରୁ ପାକିସ୍ତାନ କିଛି ଶିଖିପାରିଲାନି।

ଯେତେବେଳେ ବି ପାକିସ୍ତାନ ଭାରତ ବିରୋଧରେ କିଛି ଷଡ଼୍‌ଯନ୍ତ୍ର କରିଛି ଏହା କେବେ ବି ସଫଳ ହୋଇନି ବୋଲି ମୋଦୀ କହିଥିଲେ। ଆଉ ଏହାର ୨୪ ଘଣ୍ଟା ନପୁରୁଣୁ ଭାରତକୁ ଚ୍ୟାଲେଞ୍ଜ ଦେଇ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ମାସରେ ଭିତରେ ୯ ଥର ପାଇଁ ଆତଙ୍କୀ ଓ ସେନା ମୁହାଁମୁହିଁ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+