ପାକିସ୍ତାନରେ ମୁସଲମାନଙ୍କୁ ମସଜିଦ୍ ଯିବା ମନା !

Pakistan Ahmadiyaa Muslim: ପାକିସ୍ତାନରେ ମୁସଲମାନଙ୍କୁ ମସଜିଦ୍ ଯିବା ମନା ! ଶଣିବା ପାଇଁ ଆଶ୍ଚର୍ଯ୍ୟ ଲାଗିଲେ ଏହା ସତ। 1947 ପୂର୍ବରୁ ଭାରତ ଏବଂ ପାକିସ୍ଥାନ ଗୋଟିଏ ଦେଶ ଥିଲା । ଇଂରେଜ ମାନଙ୍କ କବଳରୁ ମୁକ୍ତ ହେବା ପାଇଁ ଦୁଇ ଦେଶ ମିଶିକରି ଯୁଦ୍ଧ ତ କରିଥିଲା ହେଲେ ସ୍ୱାଧୀନତା ମିଳିବା ପରେ ଦୁଇ ଦେଶ ଅଲଗା ହୋଇଯାଇଥିଲା । ଭାରତକୁ ଦୁଇ ଭାଗରେ ବିଭକ୍ତ କରିବାକୁ ପଡ଼ିଲା । ପ୍ରଥମ ଭାଗକୁ ଭାରତ ଏବଂ ଦ୍ୱିତୀୟ ଭାଗକୁ ପାକିସ୍ତାନର ନାଁ ଦିଆଯାଇଥିଲା ।

ପାକିସ୍ତାନରେ ମୁସଲିମ ସମ୍ପ୍ରଦାୟର ଲୋକମାନେ ରହିବେ ବୋଲି ନିର୍ଣ୍ଣୟ ନିଆଯାଇଥିଲା । ହେଲେ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନ ହେଉ ନାହିଁ । ଆଜିକା ତାରିଖରେ ମଧ୍ୟ ନିଜ ଅଧିକାର ପାଇଁ ଅନେକ ସ୍ଥାନୀୟ ନାଗରିକ ସଂଘର୍ଷ କରୁଛନ୍ତି ।

Pakistan

ପାକିସ୍ତାନରେ ବହୁ ସଂଖ୍ୟାରେ ଅହମ୍ମଦିଆ ମୁସଲମାନ ବସବାସ କରନ୍ତି । ହେଲେ ଦେଶର ସୁନ୍ନି ଏବଂ ଶିଆ ସମ୍ପ୍ରଦାୟର ଲୋକମାନେ ସେମାନଙ୍କୁ ମୁସଲମାନ ମନ କରନ୍ତି ନାହିଁ। ଆଜି ମଧ୍ୟ ନିଜ ଦେଶର ହିଁ ସେମାନଙ୍କ ସହିତ ଖରାପ ବ୍ୟବହାର କରାଯାଏ । ପ୍ରତିଦିନ ପାକିସ୍ତାନରେ ଅହମ୍ମଦିଆ ମୁସଲମାନମାନଙ୍କ ଉପରେ ଆକ୍ରମଣ ହେଉଥିବା ଖବର ପ୍ରକାଶ ପାଇଥାଏ ।

ଏହି ସମ୍ପ୍ରଦାୟର ଲୋକଙ୍କ ଅନୁଯାୟୀ, ସେଠାରେ ଥିବା ସୁନ୍ନି ଏବଂ ଶିଆ ମୁସଲମାନମାନେ ସେମାନଙ୍କର ପ୍ରାର୍ଥନା ସ୍ଥାନ ଏବଂ କବରିସ୍ଥାନରେ ନିରନ୍ତର ଟାର୍ଗେଟ କରାଯାଏ । ଏମାନଙ୍କୁ ଇର୍ଷା ନିନ୍ଦା ପରି ମାମଲାରେ ଟାର୍ଗେଟ୍ କରାଯାଏ । ସ୍ଥିତି ଏତେ ଖରାପ ଯେ, ଆଧାରୁ ଅଧିକ ଲୋକ ବର୍ତ୍ତମାନ ଦେଶ ଛାଡି ଅନ୍ୟ ସ୍ଥାନରୁ ଯିବା ପାଇଁ ବାଧ୍ୟ ହେଉଛନ୍ତି ।

ପାକିସ୍ତାନରେ ପ୍ରାୟ 5 ଲକ୍ଷ ଅହମ୍ମଦିଆ ମୁସଲମାନ ବସବାସ କରନ୍ତି ଏବଂ ସେମାନେ ଇସଲାମରେ ବିଶ୍ୱାସ କରନ୍ତି ଏବଂ ସଂପୂର୍ଣ୍ଣ ମୁସଲମାନ । ଏହା ସତ୍ତ୍ୱେ ସେମାନେ ପାକିସ୍ତାନର ସମ୍ବିଧାନରେ ମୁସଲମାନ ବିବେଚିତ କରାଯାଏ ନାହିଁ । ଏପରିକି ସେମାନଙ୍କୁ ମସଜିଦ ଯିବାକୁ ମଧ୍ୟ ବାରଣ କରାଯାଇଛି। 1889 ମସିହାରେ ଅହମ୍ମଦିଆ ମୁସଲମାନମାନେ ପ୍ରଥମେ ସାମ୍ନାକୁ ଆସିଥିଲେ। ଭାରତର ପଞ୍ଜାବର ଲୁଧିଆନା ସହରରେ ଅବସ୍ଥିତ କାଦିଆନ୍ ଗ୍ରାମରେ ପ୍ରଥମ ଥର ପାଇଁ ଅହମ୍ମଦ ଆନ୍ଦୋଳନ ଆରମ୍ଭ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+