ଇମ୍ରାନ୍ ଖାନ ଏବଂ ପତ୍ନୀ ବୁଶ୍ରା ବିବିଙ୍କୁ ୧୪ ବର୍ଷ ଜେଲ୍ ଦଣ୍ତାଦେଶ

Imran Khan, wife Bushra sentenced to 14 years: ପାକିସ୍ତାନର ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ତୋସାଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ 14 ବର୍ଷ ଜେଲ୍ ଦଣ୍ତାଦେଶ ହୋଇଛି । ଏହି ରାୟ ଘୋଷଣା କରି ପାକିସ୍ତାନର ଉତ୍ତରଦାୟିତ୍ୱ ଅଦାଲତର ବିଚାରପତି ମହମ୍ମଦ ବଶୀର ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୧୦ ବର୍ଷ ପାଇଁ ନିର୍ବାଚନ ଲଢିବା ପାଇଁ ଅଯୋଗ୍ୟ ଘୋଷଣା କରିଥିବାବେଳେ ଏହି ଦମ୍ପତିଙ୍କ ଉପରେ ୭୮.୭ ଟଙ୍କା ଜରିମାନା ଲାଗୁ କରାଯାଇଛି । ତୋଶାଖାନା ମାମଲାରେ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ମୁଖ୍ୟଙ୍କ ପତ୍ନୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ବୁଶ୍ରା ବିବି ଆଜି କୋର୍ଟରେ ହାଜର ହୋଇନଥିଲେ ।

ଗତ ମାସରେ ପାକିସ୍ତାନର ନ୍ୟାସନାଲ ଆକାଉଣ୍ଟାବିଲିଟି ବ୍ୟୁରୋ (ନାବ) ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶ୍ରା ବିବିଙ୍କ ବିରୋଧରେ ସାଉଦି କ୍ରାଉନ ପ୍ରିନ୍ସଙ୍କଠାରୁ ମିଳିଥିବା ଏକ ଅଳଙ୍କାର ସେଟକୁ ରଖିବା ପାଇଁ ଉତ୍ତରଦାୟୀ କୋର୍ଟରେ ଏକ ନୂତନ ଅଭିଯୋଗ ଦାଖଲ କରିଥିଲା। । ଫେବୃଆରୀ ୮ ସାଧାରଣ ନିର୍ବାଚନର ଆଠ ଦିନ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି ।

Imran Khan

ଗତକାଲି ଇମ୍ରାନ ଖାନଙ୍କୁ ତାଙ୍କ ସହଯୋଗୀ ଶାହ ମହମୁଦ କୁରେଶିଙ୍କ ସହ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ଏବଂ ବର୍ତ୍ତମାନ ତାଙ୍କୁ 14 ବର୍ଷ ଜେଲ ଦଣ୍ତାଦେଶ ମିଳିଛି । ଅର୍ଥାତ୍ ବର୍ତ୍ତମାନ ଇମ୍ରାନ ଖାନଙ୍କୁ ମୋଟ୍ ୨୪ ବର୍ଷ ଜେଲରେ ରହିବାକୁ ପଡିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+