ପାକିସ୍ତାନରେ ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ, ଗାଡ଼ିରେ ନିଆଁ ଲଗାଇଲେ ଇମ୍ରାନଙ୍କ ସମର୍ଥକ
ପାକିସ୍ତାନ:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରାଯିବା ପରେ ଆସାନ୍ତ ହୋଇଉଠିଛି ପାକିସ୍ତାନ । ରାସ୍ତାକୁ ଓହ୍ଲାଇଛନ୍ତି ଇମ୍ରାନଙ୍କ ସମର୍ଥକ ଏବଂ ସରକାରା ବିରୋଧରେ ନାରାବାଜି କରିବା ସହ ଆରମ୍ଭ ହୋଇଯାଇଛି ପୋଡାଜଳା ।
ଗଭର୍ଣ୍ଣର ହାଉସ ଏବଂ ସେନା ମୁଖ୍ୟାଳୟରେ ପରେ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଘର ଉପରେ ହୋଇଛି ଆକ୍ରମଣ । ଇମ୍ରାନଙ୍କ ସମର୍ଥକ କରିଛନ୍ତି ଆକ୍ରମଣ । ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ତେହରିକ୍-ଏ-ଇନସାଫ୍ ପାର୍ଟର ୫୦୦ରୁ ଅଧିକ କର୍ମୀ ଏକାଠି ହୋଇ ପ୍ରଥମେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଘର ସାମ୍ନାରେ ବିରୋଧ ପ୍ରଦର୍ଶନ କରିଥିଲେ ପରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଲାହୋର ସ୍ଥିତ ବାସଭବନ ଉପରେ ପେଟ୍ରୋଲ ବୋମା ପକାଇ ନିଆଁ ଲଗାଇବା ସହ ତାଙ୍କ ଗାଡ଼ିକୁ ମଧ୍ୟ ଜଳାଇଦେଇଥିଲେ ।

ସେହିପରି ଇମ୍ରାନଙ୍କ ସମର୍ଥକ ସେନା ଅଧିକାରୀଙ୍କ ଘରେ ପଶି ମଧ୍ୟ ଭଙ୍ଗାରୁଜା କରିବା ଭଳ ଘଟଣା ପ୍ରକାଶ ପାଉଛି । ହିଂସାକାଣ୍ତରେ ୬ ଜଣ ଇମ୍ରାନଙ୍କ ସମର୍ଥଙ୍କର ମୃତ୍ୟୁ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି । ଗତକାଲି ଇସଲାମ ହାଇକୋର୍ଟ ଇମ୍ରାନଙ୍କ ଗିରଫକୁ ବୈଧ ବୋଲି କହିଥିଲେ ।
ଆଜିର ଦିନରେ, ଇମ୍ରାନ ଖାନ ପାକିସ୍ତାନର ସବୁଠୁ ବଡ ନେତା ପାଲଟିଛନ୍ତି, ଯିଏ ପାକିସ୍ତାନୀ ସମାଜକୁ ବିଭକ୍ତ କରିଛି, ଏହାକୁ ବିଭାଜନ କରି ପାକିସ୍ତାନୀ ସମାଜକୁ ନିଜ ସେନା ବିରୁଦ୍ଧରେ ଠିଆ କରିଛି ।












Click it and Unblock the Notifications