ରାତି ଅଧରେ ପାକିସ୍ତାନରେ ପଲଟିକାଲ ଡ୍ରାମ: କ୍ଷମତାରୁ ବିଦା ହେଲେ ଇମ୍ରାନ ଖାନ
କ୍ଲିନ୍ ବୋଲ୍ଡ ହେଲେ ପାକ୍ ପ୍ରଧାନମନ୍ତ୍ରୀ। ଗଲା ଇମ୍ରାନ ଖାନଙ୍କ ପଦବୀ। ମିଡ୍ ନାଇଟ୍ ଡ୍ରାମା ଅନାସ୍ଥା ଭୋଟରେ ହାରିଲେ ଇମ୍ରାନ ଖାନ। ରାତି ୨ଟା ପର୍ଯ୍ୟନ୍ତ ଚାଲିଥିବା ଅନସ୍ଥା ଭୋଟରେ ୩୪୨ ସାଂସଦଙ୍କ ସଦସ୍ୟ ମଧ୍ୟରୁ ମିଳିତ ବିରୋଧୀ ୧୭୪ ଭୋଟ ପାଇ ସଂଖ୍ୟା ଗରି
ଇସଲାମାବାଦ: କ୍ଲିନ୍ ବୋଲ୍ଡ ହେଲେ ପାକ୍ ପ୍ରଧାନମନ୍ତ୍ରୀ। ଗଲା ଇମ୍ରାନ ଖାନଙ୍କ ପଦବୀ। ମିଡ୍ ନାଇଟ୍ ଡ୍ରାମା ଅନାସ୍ଥା ଭୋଟରେ ହାରିଲେ ଇମ୍ରାନ ଖାନ। ରାତି ୨ଟା ପର୍ଯ୍ୟନ୍ତ ଚାଲିଥିବା ଅନସ୍ଥା ଭୋଟରେ ୩୪୨ ସାଂସଦଙ୍କ ସଦସ୍ୟ ମଧ୍ୟରୁ ମିଳିତ ବିରୋଧୀ ୧୭୪ ଭୋଟ ପାଇ ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି। ତେବେ ଭୋଟ ବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସଂସଦରେ ଉପସ୍ଥିତ ନଥିଲେ।

ଭୋଟ ପୂର୍ବରୁ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ସମସ୍ତ ସାଂସଦ କକ୍ଷ ତ୍ୟାଗ କରିଥିଲେ, କେହି ମତଦାନ ପ୍ରକ୍ରିୟାରେ ସାମିଲ ହୋଇନଥିଲେ । ଫଳରେ ଫଳାଫଳ ଏକପାଖିଆ ବିରୋଧୀଙ୍କ ସପକ୍ଷରେ ଯାଇଥିଲା । ଅନାସ୍ଥା ଭୋଟରେ ହାରିବା ପରେ ଇମ୍ରାନ ସରକାର କ୍ଷମତାରୁ ବିଦା ହୋଇଛି । ସୋମବାର ବା ଆସନ୍ତାକାଲି ପାକିସ୍ତାନ ସଂସଦ ନୂଆ ପ୍ରଧାନମନ୍ତ୍ରୀ ବାଛିବ ବୋଲି ସୂଚନା ମିଳିଛି । ତେବେ ପୂର୍ବତନ ବିରୋଧୀ ଦଳ ନେତା ତଥା ପାକିସ୍ତାନ ମୁସଲିମ ଲିଗ ନୱାଜ ସାଂସଦ ଶାହବାଜ ସରିଫ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି ।
ପାକିସ୍ତାନ ପିପୁଲ୍ସ ପାର୍ଟିର ମୁଖ୍ୟ ବିଲାୱାଲ ଭୁଟ୍ଟୋ ଜରଦାରୀ ପାକିସ୍ତାନ ନାଗରିକଙ୍କ ଏହା ବିଜୟ ବୋଲି କହିଛନ୍ତି। ତିନି ବର୍ଷ ହେବେ ପାକିସ୍ତାନ ଗଣତନ୍ତ୍ର ବିପଦରେ ଥିଲା ଏବେ ଅନାସ୍ଥା ଭୋଟ ପରେ ଏହାର ବିଜୟ ହୋଇଛି ବୋଲି କହିଛନ୍ତି ବିଲାୱାଲ ଭୁଟୋ ଜରଦାରୀ।
ଏବେ ସୋମବାର ଦନି ଭୋଟ ହେବାପରେ କିଏ ହେବ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ସେ ନେଇ ସ୍ପଷ୍ଟ ହେବ।












Click it and Unblock the Notifications