ଇମ୍ରାନ ଖାନଙ୍କ ଗିରଫଦାରୀକୁ ଅବୈଧ କହିଲେ ପାକ ସୁପ୍ରିମକୋର୍ଟ
ପାକିସ୍ତାନ: ଇମ୍ରାନ ଖାନଙ୍କ ଗିରଫ ମାମଲାରେ ହସ୍ତକ୍ଷେପ କଲେ ପାକିସ୍ତାନ ସୁପ୍ରମକୋର୍ଟ । ଇମ୍ରାନଙ୍କ ଗିରଫଦାରୀକୁ ଅବୈଧ କହିଲେ ପାକ ସୁପ୍ରିମକୋର୍ଟ । ଏହା ସହ ଘଣ୍ଟାଏ ମଧ୍ୟରେ ଇମ୍ରାନ ଖାନଙ୍କୁ କୋର୍ଟରେ ହାଜର କରିବା ପାଇଁ ଦେଲେ ନିର୍ଦ୍ଦେଶ । ଇମ୍ରାନ ଖାନଙ୍କ ଆବେଦନର ଶୁଣାଣି ବେଳେ ସୁରକ୍ଷାକର୍ମୀଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ।
ଇମ୍ରାନ ଖାନ ଗିରଫ ହେବା ପରେ ତାଙ୍କ ପାର୍ଟି ପିଟିଆଇ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଗିରଫଦାରୀକୁ ବେଆଇନ ଘୋଷଣା କରିବାକୁ ଆବେଦନ କରାଯାଇଥିଲା । ଇସଲାମାବାଦ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ପିଟିଆଇ ଆବେଦନ କରିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଗିରଫଦାରୀ ସମ୍ବିଧାନର ଧାରା 10A ବିରୁଦ୍ଧ ଅଟେ ।

ପିଟିଆଇର ପିଟିସନରେ ନାବ ଅଧ୍ୟକ୍ଷଙ୍କ ଦ୍ୱାରା ଦିଆଯାଇଥିବା ୱାରେଣ୍ଟକୁ ବେଆଇନ ବୋଲି କୁହାଯାଇଥିଲା ଏବଂ ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ବିରୋଧରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ହାଇକୋର୍ଟଙ୍କ ଆଦେଶରେ ପ୍ରତିବାଦ ପୂର୍ଣ୍ଣ ବୋଲି ସେ କହିଛନ୍ତି ।
ତେବେ ଇମ୍ରାନଙ୍କୁ ଯେଉଁ ପରି ଭାବେ ଏନବିଏର ନିର୍ଦ୍ଦେଶକ୍ରମେ ପାକ୍ ରେଞ୍ଜର୍ସମାନେ ଗିରଫ କରିଥିଲେ ତାକୁ ସୁପ୍ରିକୋର୍ଟ ନିନ୍ଦା କରିଛନ୍ତି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ହାଇକୋର୍ଟ ପରିସରରେ ପୂରା ଘଟଣା ଘଟିଥିଲା । ତେବେ ପାକିସ୍ତାନ ସମୟ ୪.୩୦ରେ ଇମ୍ରାନ ଖାନଙ୍କୁ କୋର୍ଟରେ ହାଜର କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଉମର ଅଟ୍ଟା ବଣ୍ତିଆଲ, ଜଷ୍ଟିସ ମହମ୍ମଦ ଅଲ୍ଲୀ ମଝାର ଓ ଜଷ୍ଟିସ ଅଥର ମିନୁଲ୍ଲାହଙ୍କୁ ନେଇ ଖଣ୍ତପୀଠ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications