ତେହେରାନ ଛାଡିବାକୁ ଲୋକଙ୍କୁ ଆହ୍ବାନ ଦେଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ
ଇସ୍ରାଏଲ-ଇରାନ ଯୁଦ୍ଧ ଭିତରେ ତେହେରାନ ଛାଡିବାକୁ ଲୋକଙ୍କୁ ପରାମର୍ଶ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ସୋସିଆଲ ମିଡିଆରେ ପୋଷ୍ଟ କରି ତତକ୍ଷଣାତ ଇରାନର ରାଜଧାନୀ ତେହେରାନ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଏଥିସହ ଇରାନକୁ ପୁଣି ଥରେ ଚେତାବନୀ ଦେଇ ଟ୍ରମ୍ପ କହିଛନ୍ତି, ଇରାନକୁ କେବେବି ପରମାଣୁ ଅସ୍ତ୍ର ବନାଇବାକୁ ଦିଆଯିବ ନାହିଁ । ବାରମ୍ବାର ଟ୍ରମ୍ପ ଏଭଳି ଚେତାବନୀ ଦେଉଥିବା ବେଳେ ଶୀଘ୍ର ଲୋକଙ୍କୁ ତେହେରାନ ଛାଡିବାକୁ କହିଛନ୍ତି ।
ତି ଟ୍ରମ୍ପ ଇରାନ ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, "ମୁଁ କହିଥିବା ଚୁକ୍ତିରେ ଇରାନ ସ୍ୱାକ୍ଷର କରିବା ଉଚିତ ଥିଲା । ଏହା ଲଜ୍ଜାଜନକ ଏବଂ ମାନବ ଜୀବନର ନଷ୍ଟ । କହିବାକୁ ଗଲେ, ଇରାନ ପରମାଣୁ ଅସ୍ତ୍ର ରଖିପାରିବ ନାହିଁ । ମୁଁ ଏହା ବାରମ୍ବାର କହିଛି । ସମସ୍ତେ ତୁରନ୍ତ ତେହେରାନ ଛାଡିବା ଉଚିତ । ଆହୁରି ମଧ୍ୟ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ଯେପରି ବାଣିଜ୍ୟ ମାଧ୍ୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ଉତ୍ତେଜନା ହ୍ରାସ କରିଛି । ସେହିପରି ସେ ଇସ୍ରାଏଲ୍ ଏବଂ ଇରାନକୁ ଆଲୋଚନା ଟେବୁଲକୁ ଆଣିପାରିବେ ।

ଏହାସହ ତୁରନ୍ତ ତେହେରାନ ଛାଡିବାକୁ ଆହ୍ବାନ ଦେଇଛନ୍ତି ଟ୍ରମ୍ପ । ଆମେରିକାର ରାଷ୍ଟ୍ରପତି ଜି-୭ ସମ୍ମିଳନୀରେ ଯୋଗ ଦେବାକୁ କାନାଡା ଯାଇଥିଲେ । କିନ୍ତୁ ମଧ୍ୟପ୍ରାଚ୍ୟ ସ୍ଥିତି ଦେଖି ଧାର୍ଯ୍ୟ ସମୟର ଦିନକ ପୂର୍ବରୁ ଆମେରିକା ଫେରିଛନ୍ତି ଟ୍ରମ୍ପ । ତେଣୁ ଅନେକ ଅନୁମାନ କରାଯାଉଛି, ଇରାନ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି ।












Click it and Unblock the Notifications