Get Updates
Get notified of breaking news, exclusive insights, and must-see stories!

'ଯଦି ଭାରତ, ବାଂଲାଦେଶ ଉପରେ ନଜର ପକାଏ ପାକିସ୍ତାନ, କଦାପି ଭାରତକୁ ଛାଡିବ ନାହିଁ'

କୌଣସି କାରଣ ନଥାଇ ଭାରତ ସହ ସମ୍ପର୍କ ଖରାପ କରୁଥିବା ବାଂଲାଦେଶକୁୂ ଭଡକାଇବାକୁ ଚେଷ୍ଟା କରିଆସୁଥିବା ପାକିସ୍ତାନ ଏବେ ଆଉ ଏକ ନୂଆ ଚାଲ୍ ଖେଳିଛି। ଭାରତ ସହ ବାଂଲାଦେଶର ଉତ୍ତେଜନା ମଧ୍ୟରେ ପାକିସ୍ତାନ ଏବେ ପ୍ରତିକ୍ରିୟା ଦେବା ଆରମ୍ଭ କରିଛି। ରିପୋର୍ଟ ଅନୁସାରେ ପାକିସ୍ତାନ ମୁସଲିମ ଲିଗ ୟୁଥ୍ ୱିଙ୍ଗର ସଭାପତି କାମରାନ ସଇଦ ଉସମାନି, ବାଂଲାଦେଶକୁ ସମର୍ଥନ ଦର୍ଶାଇବା ଆଳରେ ଭାରତକୁ ଧମକାଇବାକୁ ଚେଷ୍ଟା କରିଛନ୍ତି।

ସେ କହିଛନ୍ତି ଯଦି ଭାରତ, ବାଂଲାଦେଶ ଉପରେ ନଜର ପକାଏ, କିମ୍ବା ବାଂଲାଦେଶରେ ହିଂସା, ଅରାଜକତା ସ୍ଥିତି ଉତ୍ପନ୍ନ କରିବାକୁ ଚେଷ୍ଟା କରେ ତେବେ ପାକିସ୍ତାନ, କଦାପି ଭାରତକୁ ଛାଡିବ ନାହିଁ। ପାକିସ୍ତାନ ଭାରତ ଉପରେ ମିସାଇଲ୍ ମାଡ଼ କରିବାକୁ ବାଧ୍ୟହେବ। ସେ କହିଛନ୍ତି ଯେ, ବାଂଲାଦେଶ ଉପରେ ଭାରତ ନିଜ "ଅଖଣ୍ଡ ଭାରତ' ଚିନ୍ତାଧାରା ଲାଗୁ କରିପାରିବ ନାହିଁ।

missile

ଆମେ ଏହାକୁ କଦାପି ସହ୍ୟ କରିବୁ ନାହିଁ। ଏପରିକି ସେ ଭାରତକୁ ଦେଇଥିବା ଧମକରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଏକ ଆନୁଷ୍ଠାନିକ ସାମରିକ ମେଣ୍ଟ ପାଇଁ ଆହ୍ୱାନ ଦେଇଛନ୍ତି। ଯଦି ପାକିସ୍ତାନ, ଚୀନ୍ ଏବଂ ବାଂଲାଦେଶ ମିଳିତ ଭାବେ ଭାରତ ଉପରେ ଆକ୍ରମଣ କରନ୍ତି ତେବେ ବିଜୟ ସୁନିଶ୍ଚିତ ବୋଲି ସେ କହିଛନ୍ତି। ସମଗ୍ର ବିଶ୍ୱ ଏବେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ବର୍ବରତାକୁ ଦେଖୁଛି। ବିଶେଷ କରି ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ହିନ୍ଦୁ ଯୁବକଙ୍କୁ ଦଙ୍ଗାକାରୀମାନେ ପିଟି ପିଟି ହତ୍ୟା କରିଥିଲେ।

ପରେ ତାଙ୍କ ମୃତଦେହକୁ ଉଲଗ୍ନ ଗଛରେ ଟଙ୍ଗାଇଥିଲେ ଏବଂ ଜାଳି ଦେଇଥିଲେ। ଏହାର ଅନେକ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାପରେ ମଧ୍ୟ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଜାରି ରହିଛି। ବାଂଲାଦେଶରେ ଏପ୍ରକାର ଘଟଣାକୁ ସାରା ବିଶ୍ୱ ନିନ୍ଦା କରୁଥିବା ବେଳେ କାମରାନ ସଇଦ ଉସମାନିଙ୍କ ରୂପରେ ପାକିସ୍ତାନ କିନ୍ତୁ ସମର୍ଥନ ବ୍ୟକ୍ତ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+