ହମାସକୁ ଚେତାବନୀ ଦେଲେ ଟ୍ରମ୍ପ, କହିଲେ ତୁରନ୍ତ....
ଶପଥ ପୂର୍ବରୁ ନାଲି ଆଖି ଦେଖାଇଛନ୍ତି ଟ୍ରମ୍ପ। ଆତଙ୍କବାଦୀ ସଙ୍ଗଠନ ହମାସ୍କୁ ଦେଇଛନ୍ତି ଖୋଲା ଧମକ। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଗାଜା ଆତଙ୍କବାଦୀଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ସେ ଦାୟିତ୍ୱ ଗ୍ରହଣ କରିବା ବେଳକୁ ବନ୍ଦୀମାନଙ୍କୁ ମୁକ୍ତ କରାଯାଇ ନ ଥାଏ ତେବେ ଭୟାନକ ପରିଣାମ ଭୋଗିବାକୁ ପଡ଼ିବ। ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନର ବିଫଳ କୂଟନୀତି ପରେ ଏହି ଧମକ ମିଳିଛି।
ଗାଜାରେ ଇସ୍ରାଏଲ ଯୁଦ୍ଧର ଅନ୍ତ ଓ ୧୪ ମାସ ପୂର୍ବେ ଅପହରଣ କରି ଅଟକ ରଖାଯାଇଥିବା ଇସ୍ରାଏଲୀ ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ବାଇଡେନ ପ୍ରଶାସନ ହମାସ ଓ ଇସ୍ରାଏଲ ମଧ୍ୟରେ ଏକ ଚୁକ୍ତିରେ ପହଞ୍ଚିବା ପାଇଁ ଚେଷ୍ଟା କରି ଏପର୍ଯ୍ୟନ୍ତ ବିଫଳ ହୋଇଆସିଛନ୍ତି। ସୋଶାଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ସେୟାର କରି ଟ୍ରମ୍ପ କହିଛନ୍ତି, ଯେଉଁମାନେ ମାନବିକତା ବିରୁଦ୍ଧରେ ଅତ୍ୟାଚାର କରିଛନ୍ତି ସେମାନଙ୍କୁ ବଡ଼ ମୂଲ୍ୟ ଦେବାକୁ ପଡିବ। ହମାସ ଦ୍ୱାରା ଇସ୍ରାଏଲର ନାଗରିକମାନଙ୍କୁ ବନ୍ଧକ ରଖିବାକୁ ହିଂସାତ୍ମକ ତଥା ଅମାନବୀୟ ବୋଲି ଟ୍ରମ୍ପ ବର୍ଣ୍ଣନା କରିଛନ୍ତି।

ସେ କହିଛନ୍ତି ଯେ ଯଦି ଇସ୍ରାଏଲ ବନ୍ଧକଙ୍କୁ ହମାସ ମୁକ୍ତ ନକରେ ତେବେ ଆମେରିକୀୟ ସେନାର ଏୟରଷ୍ଟ୍ରାଇକରେ ଥରି ଉଠିବ ମିଡିଲ-ଇଷ୍ଟ। ବୋମା ବର୍ଷା କରି ଛାରଖାର କରିଦିଆଯିବ। ବନ୍ଧକଙ୍କୁ ସମୟ ପୂର୍ବରୁ ମୁକ୍ତ କରାନଗଲେ ସେମାନଙ୍କୁ ଆମେରିକା ଇତିହାସରେ କୋଠରରୁ କୋଠର ଦଣ୍ଡ ଦିଆଯିବ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ।
ସେପଟେ ହମାସ ମଧ୍ୟ କିଛି ସର୍ତ୍ତ ରଖିଛି, ବନ୍ଧକଙ୍କୁ ମୁକ୍ତ ବଦଳରେ ଯୁଦ୍ଧ ବନ୍ଦ କରିବା ଏବଂ ଗାଜାରୁ ସମ୍ପୂର୍ଣ୍ଣ ଭାବେ ଇସ୍ରାଏଲ ସେନା ଚାଲିଯିବାକୁ ଦାବି କରିଛି ଆତଙ୍କୀ ସଂଗଠନ। ଇସ୍ରାଏଲ ପ୍ରଧାନମନ୍ତ୍ର ବେଞ୍ଜାମିନ୍ ନେତାନ୍ୟାହୁ ଜବାବ ଦେଇ କହିଛନ୍ତି, ହମାସ ସମ୍ପୂର୍ଣ୍ଣ ଭାବେ ଅନ୍ତ ନହେବା ଯାଏ ଏ ଯୁଦ୍ଧ ଜାରି ରହିବ।












Click it and Unblock the Notifications