Get Updates
Get notified of breaking news, exclusive insights, and must-see stories!

ହମାସ 'ସଂସଦ'ରେ ଇସ୍ରାଏଲର କବଜା, ଫଟୋ ହେଲା ଭାଇରାଲ

Israel-Palestine War: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ହମାସର ସଂସଦ ଉପରେ କବଜା କଲା ଇସ୍ରାଏଲୀ କବଜା । ଗାଜାଷ୍ଟ୍ରିପରେ ହମାସ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଇଶ୍ରାଏଲର ଆକ୍ରମଣ ଯାରି ରହିଛି । ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୧୧ ହଜାର ଲୋକଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, ହମାସ ଆତଙ୍କବାଦୀ ଶେଷ ହେବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ।

 Gazas Parliament

ବର୍ତ୍ତମାନ ଖବର ରହିଛି ଯେ, ଦୀର୍ଘ ୧୬ ବର୍ଷ ଶାସନ ପରେ ହମାସ୍ ଗାଜା ଷ୍ଟ୍ରିପରୁ ନିଜ ନୟନ୍ତ୍ରଣ ହରାଇଛି, ଗାଜାର ଅଧିକାଂଶ ଅଞ୍ଚଳ ଏବେ ଇସ୍ରାଏଲ ସେନା ଅଧୀନକୁ ଚାଲିଯାଇଛି । ହମାସର ସଂସଦ ଉପରେ ଇସ୍ରାଏଲ ପତାକା ଉଡାଉଥିବା ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ଦେଖି ଅନୁମାନ କରାଯାଉଛି ଯେ, ଇସ୍ରାଏଲ ସେନା ହମାସ ସଂସଦକୁ ନିଜ କବଜାକୁ ନେଇ ସାରିଛି ବୋଲି । ଅନ୍ୟପଟେ ଦକ୍ଷିଣ ଗାଜାକୁ ପଳାୟନ କରୁଛନ୍ତି ହମାସ ଆଙ୍କବାଦୀ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଇସ୍ରାଏଲ ସୈନିକମାନେ ହମାସ ସଂସଦରେ ପ୍ରବେଶ କରି ସ୍ପିକର ଚେୟାରରେ ବସିଥିବାର ଦେଖିବାକୁ ମିଳୁଛି । ବର୍ତ୍ତମାନ ହମାସ ଗାଜା ଉପରେ ନିଜର ନିୟନ୍ତ୍ରଣ ହରାଇଛି ବୋଲି ଚର୍ଚ୍ଚା ହେଉଛି, ଖବର ଏହା ମଧ୍ୟ ରହିଛି ଯେ ହମାସ ଉପରେ ସାଧାରଣ ଲୋକଙ୍କର ଭରସା ନାହିଁ ।

ଇସ୍ରାଏଲ ସେନା ପକ୍ଷରୁ ମିଳିଥିବା ସୂତନା ଅନୁସାରେ, ଆଇଡିଏଫ୍ ହମାସର ୨୪ଟି ବାଟାଲିୟନ ମଧ୍ୟରୁ ୧୦ଟିକୁ ଧ୍ୱଂସ କରିଦେଇଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଅକ୍ଟୋବର ୭ରୁ ହମାସ ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ । ହମାସ୍ ୩୦.୦୦୦ଯୁଦ୍ଧ ବିମାନ ସହି ଯୁଦ୍ଧ ଆରମ୍ଭ କରିଥିଲା ଏବଂ ପ୍ରତ୍ୟେକ ବାଲାଲିୟନରେ ୧୦୦୦ରୁ ଅଧିକ ଲୋକ ସାମିଲ ଥିଲେ । ଯାହାକୁ ୫ଟି ବିଗ୍ରେଡ୍ ଏବଂ ୨୪ଟି ବାଟାଲିୟନରେ ବିଭକ୍ତ କରାଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+