ଟ୍ରମ୍ଫଙ୍କ ସହ ଫୋନରେ କଥା ହେଲେ ଇଣ୍ଡୋନେସିଆ ରାଷ୍ଟ୍ରପତି, କହିଲେ ମୁଁ ଆସୁଛି ସାର୍‌....

ନୂଆଦିଲ୍ଲୀ : ସବୁଠାରୁ ବଡ ଇସଲାମିକ୍ ଦେଶ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଭୋ ସୁବିୟାନ୍ତୋ ଆମେରିକା ଗସ୍ତରେ ଓ୍ବାଶିଂଟନ୍‌ରେ ପହଁଞ୍ଚିଛନ୍ତି। ମଙ୍ଗଳବାର ସେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ କରିବେ ସାକ୍ଷାତ। ସେ ନବ ନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଜିତିବା ନେଇ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ସେ ଏକ ଫୋନ କଲ ମାଧ୍ୟମରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏବେ ସେ ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହେବା ପାଇଁ ତାଙ୍କ କଲ୍‌ର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି।

Indonesian President Prabowo Subianto-Donald Trump

ଏଥିରେ ରାଷ୍ଟ୍ରପତି ପ୍ରବଓ ଡୋନାଲ୍ଡ ଟ୍ରମ୍ପଙ୍କୁ କହିଛନ୍ତି, ଯଦି ସମ୍ଭବ, ମହାଶୟ, ମୁଁ ଆପଣଙ୍କୁ ବ୍ୟକ୍ତିଗତ ଭାବେ ଭେଟିବାକୁ ଚାହେଁ। ଆପଣ ଯେଉଁଠାରେ ଥାଆନ୍ତୁ, ମୁଁ ସେଠାରେ ପହଞ୍ଚିବି ଏବଂ ଆପଣଙ୍କୁ ଅଭିନନ୍ଦନ ଜଣାଇବି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଡୋନାଲ୍ଡ ଟ୍ରମ୍ପ ପ୍ରତିକ୍ରିୟାରେ କହିଛନ୍ତି ଯେ ଆପଣ ଯେତେବେଳେ ଚାହିଁବେ ଆମେ ସାକ୍ଷାତ୍‌ କରିପାରିବା। ତାଙ୍କ ବିଜୟକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ। ଟ୍ରମ୍ପ କହିଛନ୍ତି, ଆମକୁ ବହୁତ ସଫଳତା ମିଳିଥିଲା। ଗତ ୧୦୦ବର୍ଷ ମଧ୍ୟରେ ଏହି ସଫଳତା ଅତୁଳନୀୟ।

ଗତ ମାସ ରାଷ୍ଟ୍ରପତି ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ସେ ସବୁଠାରୁ ପ୍ରଥମେ ଚୀନ୍‌ ଗସ୍ତରେ ଯାଇଥିଲେ। ଏହାପରେ ଯେତେବେଳେ ସେ ଟ୍ରମ୍ପଙ୍କ ସହ କଥା ହୋଇଥିଲେ, ସେ କହିଥିଲେ କାହାପଟକୁ ନଇଁବାର ରାଜନୀତି କରିବେନି। ନିର୍ବାଚନ ପ୍ରଚାର ସମୟରେ ଟ୍ରମ୍ପଙ୍କ ଉପରେ ହୋଇଥିବା ଦୁଇଟି ହତ୍ୟା ଉଦ୍ୟମକୁ ନେଇ ପ୍ରବଓ ସବିଆଣ୍ଟୋ ଆହୁରି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଏବଂ ସେ ବଞ୍ଚିଯାଇଥିବା ନେଇ ଆଶ୍ୱାସନା ଦେଇଛନ୍ତି।

ଏହାର ଜବାବରେ ଟ୍ରମ୍ପ କହିଛନ୍ତି, ହଁ, ମୁଁ ବହୁତ ଭାଗ୍ୟବାନ। ମୁଁ ଠିକ ଦିଗରେ ସଠିକ ସ୍ଥାନରେ ଅଛି, ନଚେତ୍‌ ମୁଁ ବର୍ତ୍ତମାନ ଆପଣଙ୍କ ସହ ସହ କଥାବାର୍ତ୍ତା କରିପାରି ନ ଥାଆନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+