ପୁଣି ପ୍ରଧାନମନ୍ତ୍ରୀ ଦୌଡରେ ଋଷି ସୁନକ, ଆରମ୍ଭ କଲେ କ୍ୟାମ୍ପେନ
ପୁଣି ପ୍ରଧାନମନ୍ତ୍ରୀ ଦୌଡରେ ସାମିଲ ହେଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ । କଞ୍ଜରଭେଟିଭ ପାର୍ଟିର 100 ସାଂସଦ ନିଜ ପକ୍ଷରେ ଦାବି କରୁଥିବା ସୁନକ ଆଜି ନିର୍ବାଚନର ଅଭିଯାନ ଆରମ୍ଭ କରିଛନ୍ତି ।
ଲଂଣ୍ଡନ: ପୁଣି ପ୍ରଧାନମନ୍ତ୍ରୀ ଦୌଡରେ ସାମିଲ ହେଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ । କଞ୍ଜରଭେଟିଭ ପାର୍ଟିର 100 ସାଂସଦ ନିଜ ପକ୍ଷରେ ଦାବି କରୁଥିବା ସୁନକ ଆଜି ନିର୍ବାଚନର ଅଭିଯାନ ଆରମ୍ଭ କରିଛନ୍ତି । ଅଭିଯାନ ଆରମ୍ଭ ହେବା ପରେ ଋଷି ସୁନକ କହିଛନ୍ତି, ୟୁନାଇଟେଡ କିଙ୍ଗଡମ ଏକ ମହାନ ଦେଶ । ବର୍ତ୍ତମାନ ଏହା ଏକ ଆର୍ଥିକ ସମସ୍ୟା ଦେଇ ଗତି କରୁଛି । ଏନେଇ ମୁଁ କଞ୍ଜରଭେଟିଭ ପାର୍ଟିର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଠିଆ ହୋଇଛି । ସେ ଏପରି ଟ୍ବିଟ କରିଛନ୍ତି ।

The United Kingdom is a great country but we face a profound economic crisis.
That’s why I am standing to be Leader of the Conservative Party and your next Prime Minister.
I want to fix our economy, unite our Party and deliver for our country. pic.twitter.com/BppG9CytAK
— Rishi Sunak (@RishiSunak) October 23, 2022
ବର୍ତ୍ତମାନ ସୁନକଙ୍କୁ ଛାଡି ପେନ୍ନି ମର୍ଡୁଆଣ୍ଟ କଞ୍ଜରଭେଟିଭ ପାର୍ଟିର ଦ୍ବିତୀୟ ପ୍ରାର୍ଥୀ ଭାବେ ପ୍ରଧାନମନ୍ତ୍ରୀ ନିର୍ବାଚନ ଲଢୁଛନ୍ତି । ଏହି ଦୁଇ ପ୍ରାର୍ଥୀଙ୍କ ଭିତରୁ ଯେଉଁ ପ୍ରାର୍ଥୀଙ୍କୁ 100 ସାଂସଦ ସମର୍ଥନ ମିଳିବ ସେ ପିନ୍ଧିବେ ବିଜୟୀର ମୁକୁଟ । ତେବେ ବୋରିସ ଜନସନ ଏବଂ ଋଷି ସୁନକ ନିଜ ପାଖରେ 100 ସାଂସଦ ଥିବା ଦାବି କରୁଛନ୍ତି ।












Click it and Unblock the Notifications