ମୁଁ ଭାବୁଛି ଯେ ଭାରତ ଓ ପାକିସ୍ତାନ ବହୁତ ଭଲ ଭାବରେ ଏକାଠି ରହିବେ; ଡୋନାଲ୍ଡ ଟ୍ରମ୍ପ୍‌

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ । ଐତିହାସିକ ଗାଜା ଶାନ୍ତି ଚୁକ୍ତି ସ୍ବାକ୍ଷର ଅବସରରେ ଭୂରି ଭୂରି ପ୍ରଶଂସା କଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସାମ୍ନାରେ ମୋଦିଙ୍କ ପ୍ରଶଂସା ।

ଭାରତ ଏକ ମହାନ ଦେଶ ଯେଉଁଠି ମୋର ଜଣେ ବହୁତ ଭଲ ବନ୍ଧୁ ଶୀର୍ଷରେ। ମୋଦି ଏକ ଚମତ୍କାର କାମ କରିଛନ୍ତି ବୋଲି କହିଲେ ଟ୍ରମ୍ପ୍‌ । ମୁଁ ଭାବୁଛି ଯେ ଭାରତ ଓ ପାକିସ୍ତାନ ବହୁତ ଭଲ ଭାବରେ ଏକାଠି ରହିବେ ।

Donald Trump

ଆଠଟି ଯୁଦ୍ଧ ବନ୍ଦ କରିଥିବା ଦାବି କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ତାଙ୍କର ଦ୍ୱିତୀୟ ପ୍ରଶାସନର ପ୍ରଥମ ବର୍ଷ ମଧ୍ୟରେ ସମାଧାନ ପାଇଁ ଆଉ ଏକ ବିବାଦ ଉପରେ ନଜର ରଖିଛନ୍ତି: ଆଫଗାନିସ୍ତାନ ଓ ପାକିସ୍ତାନ। ଗାଜାରେ ଅସ୍ତ୍ରବିରତି ଲାଗି ମଧ୍ୟସ୍ଥତା ପରେ ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ଇସ୍ରାଏଲ ଗସ୍ତରେ ଯିବା ସମୟରେ ଟ୍ରମ୍ପ ଏହି ବିବୃତି ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, କାବୁଲ ପାକିସ୍ତାନୀ ବିମାନ ଆକ୍ରମଣର ଜବାବ ଦେବା ପରେ ଆଫଗାନିସ୍ତାନ ଓ ପାକିସ୍ତାନ ସୀମାରେ ପ୍ରବଳ ଗୁଳିବିନିମୟ କରିଥିଲେ। ଆଫଗାନିସ୍ତାନ କହିଛି ଯେ ଏହାର ସେନା ୫୮ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଛି। ଅପରପକ୍ଷେ ପାକିସ୍ତାନୀ ଅଧିକାରୀମାନେ ଦାବି କରିଛନ୍ତି ଯେ ସେମାନଙ୍କ ସୈନ୍ୟବାହିନୀ ସୀମାରେ ଥିବା ପ୍ରାୟ ୧୯ଟି ଆଫଗାନିସ୍ତାନ ପୋଷ୍ଟକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ମଧ୍ୟପ୍ରାଚ୍ୟ ଅଭିମୁଖେ ଯାତ୍ରା କରିବା ସମୟରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଟ୍ରମ୍ପ କହିଛନ୍ତି ଯେ, ସେ ଫେରିବା ପରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ବନ୍ଦ କରିବାକୁ ଉଦ୍ୟମ କରିବେ, କାରଣ ସେ ଯୁଦ୍ଧର ସମାଧାନ କରିବାରେ ପାରଙ୍ଗମ।

ଭାରତ ଓ ପାକିସ୍ତାନ ମଧ୍ୟରେ ଚାରି ଦିନ ଧରି ଚାଲିଥିବା ବିବାଦର ସମାଧାନ ପାଇଁ ନିଜର ଦାବିକୁ ଦୋହରାଇ ଟ୍ରମ୍ପ କହିଛନ୍ତି ଯେ ଶାନ୍ତି ପ୍ରୟାସ ମାଧ୍ୟମରେ ଯୁଦ୍ଧର ସମାଧାନ ଓ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବା ଏକ ସମ୍ମାନର ବିଷୟ। କିନ୍ତୁ ମୁଁ ନୋବେଲ ପୁରସ୍କାର ପାଇଁ ଏହା କରି ନାହିଁ। ଜୀବନ ବଞ୍ଚାଇବା ପାଇଁ ମୁଁ ଏହା କରିଥିଲି ବୋଲି ସେ କହିଛନ୍ତି। ତେ‌ବେ ଭେନେଜୁଏଲାର ବିରୋଧୀ ନେତ୍ରୀ ମାରିଆ କୋରିନା ମାଚାଡୋଙ୍କୁ ଏହି ପୁରସ୍କାର ମିଳିବା ପରେ ଶୁକ୍ରବାର ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ଆଶା ମଉଳି ଯାଇଥିଲା। ଉଲ୍ଲେଖଯୋଗ୍ୟ, ଟ୍ରମ୍ପ ଭାରତ-ପାକିସ୍ତାନ ସମେତ ବିଶ୍ବର ୮ଟି ଯୁଦ୍ଧ ବନ୍ଦ କରିଛନ୍ତି ବୋଲି ଦାବି କରୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+