Get Updates
Get notified of breaking news, exclusive insights, and must-see stories!

ଦୁଇ ଦେଶ ମଧ୍ୟରେ ପରମାଣୁ ଯୁଦ୍ଧ ହୋଇଥାଆନ୍ତା, ମୁଁ ରୋକିଲି ; ଟ୍ରମ୍ପ

ଭାରତ-ପାକିସ୍ତାନ ଉତ୍ତେଜନା ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରିଛନ୍ତି । ବୁଧବାର ଟ୍ରମ୍ପ କହିଛନ୍ତି ଯେ ଯଦି ସେ ହସ୍ତକ୍ଷେପ କରିନଥାନ୍ତେ, ତେବେ ୩୦ ନିୟୁତରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥାନ୍ତା । ଷ୍ଟେଟ୍ ଅଫ୍ ଦି ୟୁନିଅନ୍ ଅଭିଭାଷଣରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ରୋକିବାରେ ତାଙ୍କର ଭୂମିକାକୁ ମଧ୍ୟ ଦୋହରାଇଛନ୍ତି ।

Trump

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ଜୀବନ ବଞ୍ଚାଇଛନ୍ତି । ସେ ହସ୍ତକ୍ଷେପ କରିନଥାନ୍ତେ, ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଜୀବନ ବଞ୍ଚିନଥାନ୍ତା । ଟ୍ରମ୍ପଙ୍କ ବୟାନ ଅପରେସନ ସିନ୍ଦୂର ସମୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧକୁ ଯୋଡ଼ି କହିଥିବା କୁହାଯାଉଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଭାରତ-ପାକିସ୍ତାନ ସାମରିକ ଉତ୍ତେଜନା ସମୟରେ ତାଙ୍କର କୂଟନୈତିକ ହସ୍ତକ୍ଷେପ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଜୀବନ ରକ୍ଷା କରିଥିଲା । ଟ୍ରମ୍ପ କହିଛନ୍ତି ଯେ ଯଦି ସେ ହସ୍ତକ୍ଷେପ କରିନଥାନ୍ତେ, ତେବେ ପରିସ୍ଥିତି ଅଧିକ ଖରାପ ହୋଇଥାନ୍ତା । ପରିସ୍ଥିତି ଏକ ପରମାଣୁ ସଂଘର୍ଷ ଆଡକୁ ନେଉଥିଲା ଏବଂ ତାଙ୍କ ପ୍ରୟାସ ୩୫ ନିୟୁତ ଲୋକଙ୍କ ଜୀବନ ରକ୍ଷା କରିଛି ।

ଟ୍ରମ୍ପଙ୍କ ବୟାନ ସ୍ପଷ୍ଟ କରୁଛି ଯେ ୨୦୨୫ ମେ' ମାସରେ ଭାରତ ବିରୁଦ୍ଧରେ ଚାରି ଦିନିଆ ସାମରିକ ସଂଘର୍ଷ ସମୟରେ ପାକିସ୍ତାନକୁ ବଡ଼ ଝଟକା ଲାଗିଥିଲା । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ମୋର ପ୍ରଥମ ୧୦ ମାସରେ, ମୁଁ କାମ୍ବୋଡିଆ ଏବଂ ଥାଇଲାଣ୍ଡ ସମେତ ଆଠଟି ଯୁଦ୍ଧ ବନ୍ଦ କରିଦେଇଥିଲି । ଏହା କୌଣସି ମଜାକ ନୁହେଁ । ପାକିସ୍ତାନ ଏବଂ ଭାରତ ମଧ୍ୟରେ ଏକ ପରମାଣୁ ଯୁଦ୍ଧ ହୋଇଥାନ୍ତା । ପାକିସ୍ତାନ ପ୍ରଧାନମନ୍ତ୍ରୀ ମୋତେ କହିଥିଲେ ଯେ ଯଦି ମୁଁ ହସ୍ତକ୍ଷେପ କରିନଥାନ୍ତି, ତେବେ ୩ କୋଟି ୫୦ ଲକ୍ଷ ଲୋକ ମରିଥାନ୍ତେ ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+