ପାଲେଷ୍ଟାଇନକୁ ୨.୫ କୋଟି ଟଙ୍କାର ସହାୟତା କଲେ ନୋବେଲ ବିଜେତା ମଲାଲା
Israel-Palestine Conflict: ଇସ୍ରାଏଲ-ହମାସ ଯୁଦ୍ଧ ଏବେ ସାରା ବିଶ୍ୱକୁ ଚକିତ କରିଛି । ଗାଜାସ୍ଥିତ ଅହଲି ଡାକ୍ତରଖାନରେ ପ୍ରଚନ୍ତ ଆର୍ରମଣ ଯୋଗୁଁ 5 ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଏହି ଆକ୍ରମଣ ପାଇଁ ହମାସ ଇସ୍ରାଏଲକୁ ଦାୟୀ କରୁଥିବା ବେଳେ ଏସ୍ରାଏଲ ଏହି ଆକ୍ରମଣ ପଛରେ ଇସଲାମିକ ଜିହାଦର ହାତ ଅଛି ବୋଲି ଦାବି କରିଛି ।
ହେଲେ ଏହି ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । ବରିଷ୍ଠ ନାଗରିକଙ୍କ ଠାରୁ ଆରମ୍ଭ ଛୋଟ ପିଲାଙ୍କ ସମେଚ ଅନେତ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଛି । ଏହାରି ମଧ୍ୟରେ ପାଲେଷ୍ଟାଇନକୁ ସାହାଯ୍ୟର ହାତ ବଢାଇଛନ୍ତି ନୋବେଲ ପୁରସ୍କାର ବିଜେତା ମଲାଲା ୟୁସଫଜାଇ । ସେ ପାଲେଷ୍ଟାଇନବାସୀଙ୍କୁ 2.5କୋଟି ଟଙ୍କାରେ ସହାୟତା କରିଛନ୍ତି ।

ସେ କହିଛନ୍ତି, ଗାଜାର ଅଲ ଅହଲି ଡାକ୍ତରଖାନାରେ ହୋଇଥିବା ବୋମା ମାଡ଼ ଦେଖି ମୋତେ ଆଶ୍ଚର୍ଯ୍ୟ କରିଛି । ଏପରି ଘଟଣାକୁ ମୁଁ ନିନ୍ଦା କରୁଛି । ଶାନ୍ତି ପାଇଁ କାନ୍ଦୁ ଥିବା ଇସ୍ରାଏଲ, ପାଲେଷ୍ଟାଇନ ଏବଂ ପୁରା ବିଶ୍ୱର ଅନ୍ୟମାନଙ୍କ ସହ ମୁଁ ମୋର ସ୍ୱର ମିଳାଉଛି । ତେବେ ଏହାର ସମାଧାନ ସାମୂହିକ ଦଣ୍ତ ନୁହେଁ । ଗାଜାର ମୋଟ ଜନ ସଂଖ୍ୟାର ମଧ୍ୟରୁ ଅଧା ଲୋକଙ୍କ ବୟସ ୧୮ ବର୍ଷରୁ କମ୍ । ସେମାନେ ନିଜ ଜୀବନ ବୋମା ମାଡ଼ ଏବଂ ବେଆଇନ୍ ଦଲ ମଧ୍ୟରେ ବିତାଇବା ଉଚିତ୍ ନୁହେଁ ।
I’m horrified to see the bombing of al-Ahli Hospital in Gaza and unequivocally condemn it. I urge the Israeli government to allow humanitarian aid into Gaza and reiterate the call for a ceasefire. I am directing 0K to three charities helping Palestinian people under attack. pic.twitter.com/JiIPfnTUvY
— Malala Yousafzai (@Malala) October 17, 2023
ସେ ଆହୁରି କହିଛନ୍ତି ଯେ, ଇସ୍ରାଏଲ ସରକାର ଗାଜାକୁ ମାନବୀୟ ସହାୟତା ପାଇଁ ଅନୁପତି ଦିଅନ୍ତୁ । ଏପରି ସ୍ଥିତିରେ ପାଲେଷ୍ଟାଇନବାସୀଙ୍କୁ ସାରା ବିଶ୍ୱ ସାହାଯ୍ୟ କରିବା ଉଛିତ । ସେହିପରି ସେ ସେ କହିଛନ୍ତି ଯେ, ଦୁଇ ଦେଶକ ସରକାର ତୁରନ୍ତ ଅସ୍ତ୍ରବିରତି ଲାଗୁ କରନ୍ତୁ ଏହଂ ଶାନ୍ତି ପ୍ରତିଷ୍ଠା କରନ୍ତୁ ।












Click it and Unblock the Notifications