ସିରିଆରେ ଭୂତଳ କ୍ଷେପଣାସ୍ତ୍ର କାରଖାନାକୁ ଧ୍ବଂସ କଲା ଇସ୍ରାଏଲ

ଇସ୍ରାଏଲ୍ ବାୟୁସେନା(IAF) ସିରିଆରେ ୨୦୨୪ରେ କରିଥିବା ଏକ ବଡ଼ ଅଭିଯାନରେ ସଫଳ ହୋଇଥିଲା, ଯାହାର ସବିଶେଷ ବିବରଣୀ ଏବେ ପ୍ରକାଶ କରାଯାଇଛି। ଏହି ଅଭିଯାନରେ ୧୨୦ ଇସ୍ରାଏଲୀ କମାଣ୍ଡୋ ସିରିଆରେ ପଶି ଇରାନ ଦ୍ୱାରା ଅନୁଦାନପ୍ରାପ୍ତ ଭୂତଳ କ୍ଷେପଣାସ୍ତ୍ର କାରଖାନାକୁ କେବଳ ୩ ଘଣ୍ଟାରେ ଧ୍ୱଂସ କରିଦେଇଥିଲେ।

୮ ସେପ୍ଟେମ୍ବର ୨୦୨୪ରେ ହୋଇଥିବା ଏହି 'ଅପରେସନ୍ ମେନି ୱେଜ୍' ବିଷୟରେ ଗୁରୁବାର ଖୁଲାସା କରିଛି ଇସ୍ରାଏଲ୍ ବାୟୁସେନା। ଏହି ଆକ୍ରମଣରେ ସିରିଆରେ 'ଇରାନ କ୍ଷେପଣାସ୍ତ୍ର ଅଭିଯାନ'ର ମେରୁଦଣ୍ଡ ଭାଙ୍ଗି ଯାଇଛି। ପଶ୍ଚିମ ସିରିଆରେ ଥିବା ଏହି କ୍ଷେପଣା‌ସ୍ତ୍ର କେନ୍ଦ୍ରର ନାଁ ଥିଲା 'ଡିପ୍‌ ଲେୟର'।

How 120 Elite Israeli Forces Raided Syria

ଇସ୍ରାଏଲ ଅଧିକାରୀଙ୍କ ଦାବି ଅନୁଯାୟୀ ଏହା ଇରାନର କ୍ଷେପଣାସ୍ତ୍ର ଉତ୍ପାଦନ କାର୍ଯ୍ୟକ୍ରମର ଏକ ପ୍ରମୁଖ ପରିଯୋଜନା। ଲେବାନନ୍‌ରେ ‌ହେଜବୋଲ୍ଲାକୁ କ୍ଷେପଣାସ୍ତ୍ର ଯୋଗାଣ ପାଇଁ ଏହା ଉଦ୍ଦିଷ୍ଟ ଥିଲା। ଇସ୍ରାଏଲ ସେନାକୁ ବିନା କ୍ଷତି ପହଞ୍ଚାଇ ଏହି ଅପରେସନ୍‌ ପରିଚାଳନା କରାଯାଇଥିବା ଇସ୍ରାଏଲ ଅଧିକାରୀମାନେ କହିଛନ୍ତି।

ଇସ୍ରାଏଲ ବାୟୁସେନା ଅନୁଯାୟୀ ଇରାନ୍‌ ଦ୍ବାରା ଏହି ଡିପ୍‌ ଲେୟର ଫ୍ୟାସିଲିଟି ୨୦୧୭ରେ ଆରମ୍ଭ ହୋଇଥିଲା। ଦକ୍ଷିଣ ସିରିଆରେ ଏସ୍‌ଏସ୍‌ଆର୍‌ଏସ୍‌ ( ସାଇଣ୍ଟିଫିକ ଷ୍ଟଡିଜ୍‌ ଆଣ୍ଡ ରିସର୍ଚ୍ଚ ସେଣ୍ଟର୍‌)‌ରେ ରକେଟ୍‌ ଇଞ୍ଜିନ ଉତ୍ପାଦନ ସାଇଟ୍‌ ଉପରେ ଇସ୍ରା‌ଏଲର ବିମାନ ଆକ୍ରମଣ ପରେ ଇରାନ ଏହି ସାଇଟ୍‌ ଖୋଲିଥିଲା। ଡିପ୍‌ ଲେୟର ଫ୍ୟାସିଲିଟି ଇସ୍ରାଏଲ ସୀମାଠାରୁ ୨୦୦ କିମି ଦୂରରେ ଅବସ୍ଥିତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+