ଭୟାବହ ସଡ଼କ ଦୁର୍ଘଟଣା, ଘଟଣାସ୍ଥଳରେ ୬୩ ଯାତ୍ରୀ ମୃତ୍ୟୁ
ବୁଧବାର ଆଫ୍ରିକୀୟ ଦେଶ ଉଗାଣ୍ଡାରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୬୩ ଜଣ ଯାତ୍ରୀ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଉଗାଣ୍ଡା ପୁଲିସ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ତଦନ୍ତ ପରେ ସ୍ଥାନୀୟ ପୁଲିସର ରିପୋର୍ଟ ଅନୁଯାୟୀ, ଦୁଇଟି ବସ୍ ସମେତ ଚାରୋଟି ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା। ବସ୍ ଚାଳକ କାମ୍ପାଲା-ଗୁଲୁ ରାଜପଥରେ ଅନ୍ୟ ଏକ ଗାଡ଼ିକୁ ଓଭରଟେକ୍ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଏହି ସମୟରେ ବସଟି ବିପରୀତ ଦିଗରୁ ଆସୁଥିବା ଏକ ଲରି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଧକ୍କା ଫଳରେ ବସ ପଛରୁ ଆସୁଥିବା ଅନେକ ଗାଡ଼ି ପରସ୍ପର ସହିତ ଧକ୍କା ଖାଇଥିଲା।

ଦୁର୍ଘଟଣା ପରେ ଯୁଦ୍ଧକାଳିନଭିତ୍ତି ଘଟଣାସ୍ଥଳରେ ଉଦ୍ଧାର ଏବଂ ରିଲିଫ୍ ଦଳ ନିୟୋଜିତ କରାଯାଇଛି। ଆହତ ଏବଂ ଫସି ରହିଥିବା ପୀଡିତମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର ଦଳ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି। ମୃତକଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଛି, ଏବଂ ଆହତମାନଙ୍କୁ ପଶ୍ଚିମ ଉଗାଣ୍ଡାର କିରଆଣ୍ଡୋଙ୍ଗେ ସହରସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି।












Click it and Unblock the Notifications