ଭୟଙ୍କର ହେଲିକପ୍ଟର ଦୁର୍ଘଟଣା, ମନ୍ତ୍ରୀଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ

ଭୟଙ୍କର ହେଲିକପ୍ଟର ଦୁର୍ଘଟଣା,ମନ୍ତ୍ରୀଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ । ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ପାରି ନାହିଁ ହେଲେ ଯାନ୍ତ୍ରିକ ତ୍ରୁଟି ପାଇଁ ଏହି ଦୁର୍ଘଟଣା ଘଟିଥାଇ ପାରେ ବୋଲି ଆଶଙ୍କା କରାଯାଉଛି ।

Ukraine news

କିଭ୍: ଭୟଙ୍କର ହେଲିକପ୍ଟର ଦୁର୍ଘଟଣା । ୟୁକ୍ରେନ୍ ଗୃହମନ୍ତ୍ରୀଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ । ଏକ ବିଲଡିଂରେ ପଟିହୋଇ ଦୁର୍ଘଟଣା ଘଟିଥିବା ନେଇ ସୂଚନା ରହିଛି । ୟୁକ୍ରେନ ରାଜଧାନୀ କିଭ୍ ବାହାରେ ଥିବା ଏକ କିଣ୍ତରଗାର୍ଡେନ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୨ ଶିଶୁଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ରହିଛି ।

ସ୍ଥାନୀୟ ପୋଲିସ ମୁଖ୍ୟଙ୍କ ସୂଚନା ଅନୁସାରେ, ୟୁକ୍ରେନର କିଣ୍ତରଗାର୍ଟନ୍ ନିକଟସ୍ଥ ବ୍ରେଭରୀ ସହରରେ ଏହି ବଡ ଧରଣର ହେଲିକପ୍ଟର ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ ହୋଇଛି । ୟୁକ୍ରେନ୍ ଗୃହମନ୍ତ୍ରୀଙ୍କ ସମେତ ୨ ଶିଶୁ ଏବଂ ଅନେକ ସରକାରୀ ଅଧିକାରୀ ସାମିଲ୍ ଅଛନ୍ତି । ମୃତ ମନ୍ତ୍ରୀ ଡେନିମ ମୋନାଷ୍ଟିର୍ସ୍କି ବୋଲି ପରିଚୟ ମିଳିଛି । ଏହି ଦୁର୍ଘଟଣାର ଭଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ପାରି ନାହିଁ ହେଲେ ଯାନ୍ତ୍ରିକ ତ୍ରୁଟି ପାଇଁ ଏହି ଦୁର୍ଘଟଣା ଘଟିଥାଇ ପାରେ ବୋଲି ଆଶଙ୍କା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+