Honduras Accident: ବ୍ରିଜରେ ପିଟି ହୋଇ ତଳକୁ ଖସିଲା ବସ୍, ୧୨ ମୃତ

Honduras Accident Bus Falls River: କେନ୍ଦ୍ରୀୟ ଆମେରିକାର ହୋଣ୍ତୁରାସରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଏଠାରେ ଏକ ବସ୍ ଦୁର୍ଘଟଣାର 12 ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣାକୁ ନେଇ ହୋଣ୍ତୁରାସର ରାଷ୍ଟ୍ରପତି ସମବେଦନା ଜଣାଇଛନ୍ତି। ଏନେଇ ସୂଚନା ଦେଇଛି ନ୍ୟୁଜ୍ ଏଜେନ୍ସି ରଏଟର୍ସ ।

ରଏଟର୍ସ ଅନୁଯାୟୀ, ହୋଣ୍ତୁରାସରେ ଟେଗୁସିଗାଲପାଠାରେ ଏହି ଦୁର୍ଘଟଣା ଘଟିଛି। ଯାତ୍ରୀ ଭରା ବସ୍ ବ୍ରିଜ୍ ସହିତ ମୁହାଁମୁହିଁ ପିଟି ହୋଇ ନଦୀରେ ପଡ଼ିଯିବା ପରେ ଏହି ଦୁର୍ଘଟଣା ଘଟିଛି। ନଦୀରେ ପଡ଼ିବା ପରେ 12 ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏଥିସହ ଦୁଇ ଡଜନରୁ ଅଧିକ ଲୋକ ଆହତ ହୋଇଥିବା ନେଇ ଖବର ରହିଛି ।

Honduras Accident Bus

ଖବର ଅନୁସାରେ, ବସ୍‌ରେ ମୋଟ୍ 60 ଜଣ ଲୋକ ଥିଲେ। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଘଟଣାସ୍ଥଳରେ 10 ଜଣଙ୍କ ମୃ୍ତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ପ୍ରାୟ 20ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଏବଂ ହେଲିକପ୍ଟର ସାହାଯ୍ୟରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସମସ୍ତ ଆହତମାନଙ୍କୁ ଟେଗୁସିଗାଲପା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଏଥିପାଇଁ 3 ଦିନିଆ ଜାତୀୟ ଶୋକ ଘୋଷଣା କରାଯାଇଛି । ହୋଣ୍ତୁରାସ ରାଷ୍ଟ୍ରପତି ଏହି ଦୁର୍ଘଟଣା ନେଇ ଗଭୀର ଶୋକ ପ୍ରକାଶ କରିବା ସହ 3 ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ଏହା ସହ ସମସ୍ତ ଆହତଙ୍କ ଚିକିତ୍ସା ଖର୍ଚ୍ଚ ସମେତ ମୃତକଙ୍କ ଶେଷକୃତ୍ୟର ସମସ୍ତ ଖର୍ଚ୍ଚ ମଧ୍ୟ ସରକାର ବହନ କିବାବେ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+