ନିଆଁ ପାଟିରେ ଜଙ୍ଗଲ ; ୬ ମୃତ,ଜରୁରୀକାଳୀନ ପରିସ୍ଥିତି ଘୋଷଣା
ହୁ ହୁ ହୋଇ ଜଳୁଛି ଜଙ୍ଗଲ। ନିଆଁ ଲାଗିବା ସହ ହଜାର ହଜାର ଲୋକ ସେମାନଙ୍କ ଘର ଛାଡ଼ି ସ୍ଥାନାନ୍ତର ହେବାକୁ ବାଧ୍ୟ ହୋଇଛନ୍ତି । କାଲିଫର୍ନିଆର ଲସ ଏଞ୍ଜେଲସରେ ଜଙ୍ଗଲରେ ନିଆଁ ଲାଗିଥିବାରୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା।

ନିଆଁ ଆଁରେ ପଶିଗଲାଣି ଘରଦ୍ୱାରା। ଜଙ୍ଗଲରେ ଥିବା ହଜାର ହଜାର ଗଛ ପୋଡି ପାଉଁଶ ହୋଇଗଲାରି। ଜନ ବସତିଆ ଆଡକୁ ମାଡି ଆସିଲାଣି ନିଆଁ। ଫଳରେ ଲୋକେ ଭୟଭୀତ ହୋଇ ଘର ଛାଡି ଦୌଡି ପଳାଉଛନ୍ତି। ଆମେରିକାର ଲସ୍ ଏଞ୍ଜଲିସ୍ରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି।
କାଲିଫର୍ଣ୍ଣିଆ ଜଙ୍ଗଲରୁ ନିଆଁ ବ୍ୟାପି ଶତାଧିକ ଘର ଜଳି ଛାରଖାର ହୋଇଯାଇଛି। ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଛନ୍ତି। ପ୍ରାୟ ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଛି। ଏଥିସହ ନିଆଁ ବ୍ୟାପିବା ଯୋଗୁ ଏକ ହଜାରରୁ ବି ଅଧିକ ଘର ଜଳି ଯାଇଛି।
ପ୍ରବଳ ପବନ ବହିବା ହେତୁ ଦ୍ରୁତ ଗତିରେ ନିଆଁ ବ୍ୟାପିବାରେ ଲାଗିଛି। ସାଣ୍ଟା ମୋନିକା ଏବଂ ମାଲିବୁ ମଧ୍ୟରେ ପାସିଫିକ୍ ପାଲିସେଡ୍ସ ଅଞ୍ଚଳରେ ପ୍ରାୟ ୧୨୬୨ ଏକର ଜଙ୍ଗଲ ଅଞ୍ଚଳ ଜଳି ପୋଡ଼ି ଛାରଖାର ହୋଇଯାଇଛି। ୫ ହଜାର ଏକରରୁ ବି ଅଧିକ ଜମିରେ ଏହି ନିଆଁ ବ୍ୟାପିଛି। ଏଥିଯୋଗୁ ନିଆଁ ବ୍ୟାପୁଥିବା ଅଞ୍ଚଳରୁ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଯାଇଥିଲେ ମଧ୍ୟ ଆହୁରି ଅନେକ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ରିପୋର୍ଟ ଅନୁଯାୟୀ ଅଗ୍ନିକାଣ୍ଡର ମୁକାବିଲା ପାଇଁ 1400 ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଛନ୍ତି, ଓରେଗନରୁ 240 ଜଣ ଅଗ୍ନିଶମ କର୍ମଚାରୀ ଏବଂ 60 ଟି ଇଞ୍ଜିନ ପଠାଇଛନ୍ତି। ଲସ୍ ଆଞ୍ଜେଲସ୍ ଅଗ୍ନିଶମ ବିଭାଗ ସମସ୍ତ ଅଫ୍ ଡ୍ୟୁଟି କର୍ମଚାରୀଙ୍କୁ ଏହି ଯୁଦ୍ଧରେ ଯୋଗଦେବାକୁ ଏକ ଅସାଧାରଣ ଆହ୍ୱାନ ଦେଇଥିଲା।












Click it and Unblock the Notifications