ସେମାନେ ଘର ଭାଙ୍ଗି ଦେଇପାରବେ; ଇତିହାସକୁ ନୁହେଁ: ଜାଣନ୍ତୁ କାହିଁକି ଏମିତି କହିଲେ ଶେଖ୍ ହସିନା

ବାଂଲାଦେଶର ଢାକ‌ାରେ ଥିବା ବାପାଙ୍କ ଘରକୁ ପ୍ରତିବାଦକାରୀମାନେ ଜାଳି ଦେବା ପରେ ଭାବପ୍ରବଣ ହୋଇ ପଡ଼ଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା। ଢାକାରେ ତାଙ୍କ ପିତା ଶେଖ୍ ମୁଜିବୁର ରହମାନଙ୍କ ବାସଭବନରେ ଶହ ଶହ ପ୍ରଦର୍ଶନକାରୀ ନିଆଁ ଲଗାଇ ଦେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ମୋ ଘରେ କାହିଁକି ନିଆଁ ଲଗାଇ ଦିଆଗଲା? ମୁଁ ବାଂଲାଦେଶର ଜନତାଙ୍କୁ ନ୍ୟାୟ ମାଗୁଛି। ମୁଁ କଣ ମୋ ଦେଶ ପାଇଁ କିଛି କରିନାହିଁ?

ତାହେଲେ ଏତେ ଅପମାନ କାହିଁକି? ମୋର ଏବଂ ମୋ ଭଉଣୀର ଯାହା ସନ୍ତକ ଥିଲା ତାହା ଜଳି ଯାଇଛି। ସେମାନେ ଘର ଜାଳି ଦେଇପାରିବେ, ଇତିହାସ ନୁହେଁ। ରାଷ୍ଟ୍ରୀୟ ଧ୍ଵଜା, ସମ୍ବିଧାନ ଏବଂ ସ୍ଵାଧୀନତାକୁ ଆମେ ଲକ୍ଷ ଲକ୍ଷ ଶହୀଦଙ୍କ ଜୀବନ ମୂଲ୍ୟରେ ହାସଲ କରିଛୁ। ସେମାନେ ଘର ଭାଙ୍ଗି ଦେଇପାରିବେ ଇତିହାସ ନୁହେଁ। ସେମାନେ ମନେ ରଖିବା ଉଚିତ୍ ଯେ, ଇତିହାସ ନିଶ୍ଚିତ ଏହାର ପ୍ରତିଶୋଧ ନେବ। ବୁଲଡୋଜର କେବେ ଇତିହାସକୁ ନଷ୍ଟ କରିପାରିବ ନାହିଁ।

Sheikh Hasina

ହସିନା ୨୦୨୪ ମସିହା ଅଗଷ୍ଟ ମାସରେ ତାଙ୍କ ଆୱାମୀ ଲିଗର ୧୬ ବର୍ଷର ଶାସନକୁ ପତନ କରି ଛାତ୍ର ନେତୃତ୍ୱାଧୀନ ଏକ ବିଶାଳ ପ୍ରତିବାଦ ପରେ ବାଂଲାଦେଶ ଛାଡି ଆସି ଭାରତରେ ରହୁଛନ୍ତି। ବାଂଲାଦେଶର ସ୍ୱାଧୀନତା ସଂଗ୍ରାମରେ ଐତିହାସିକ ଗୁରୁତ୍ୱ ବହନ କରୁଥିବା ୩୨ ଧାନମୋଣ୍ଡି ବାସଭବନ ଉପରେ ଆକ୍ରମଣ ପଛରେ କ'ଣ ଉଦ୍ଦେଶ୍ୟ ଥିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+