ବାଂଲାଦେଶରେ ହିନ୍ଦୁ ମନ୍ଦିର ଭାଙ୍ଗିବ ଘଟଣା, ଜଣେ ଗିରଫ
ବାଂଲାଦେଶରେ ଥିବା ହିନ୍ଦୁ ମନ୍ଦିରରେ ଆଠଟି ମୂର୍ତ୍ତି ଭଙ୍ଗାଯିବାର ୨ ଦିନ ପରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ବାଂଲାଦେଶର ମାଇମେନସିଂହ ଏବଂ ଦିନାଜପୁର ଜିଲ୍ଲାର ତିନୋଟି ହିନ୍ଦୁ ମନ୍ଦିରରେ ୮ଟି ମୂର୍ତ୍ତି ଭଙ୍ଗା ଯାଇଥିବା ଶୁକ୍ରବାର ଦିନ ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା।

ଦୈନିକ ଷ୍ଟାର ଅନୁଯାୟୀ, ମାଇମେନସିଂହରେ ଘଟିଥିବା ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି। ଏହି ଆକ୍ରମଣ ଦେଶର ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟକୁ ଟାର୍ଗେଟ କରୁଥିବା ଘଟଣାର ଏକ ଅଂଶ ଅଟେ।
ମାଇମେନସିଂହର ହାଲୁଘାଟ ଉପ-ଜିଲ୍ଲାରେ ଗୁରୁବାର ଏବଂ ଶୁକ୍ରବାର ଦିନ ଦୁଇଟି ମନ୍ଦିରରେ ପ୍ରତିମା ଭଙ୍ଗାଯାଇଥିଲା। ହାଲୁଘାଟ ପୁଲିସ ଷ୍ଟେସନର ଅଧିକାରୀ ଅବୁଲ ଖାୟର କହିଛନ୍ତି ଯେ ଶୁକ୍ରବାର ଦିନ ଶକୁଇ ୟୁନିଅନର ବୋନ୍ଦେରପାରା ମନ୍ଦିରରେ ଦୁଇଟି ମୂର୍ତ୍ତି ନଷ୍ଟ ହୋଇଯାଇଛି। ଖାୟର ଆହୁରି ବି କହିଛନ୍ତି ଯେ ଏହାକୁ ନେଇ କୌଣସି ମାମଲା ଦାଏର କରାଯାଇ ନାହିଁ କି ଏପର୍ଯ୍ୟନ୍ତ ଏହି ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ।
ଅଗଷ୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ବହିଷ୍କାର କରିବା ପରେ ବାଂଲାଦେଶରେ ହିନ୍ଦୁ ମନ୍ଦିର ଏବଂ ସମ୍ପତ୍ତି ଉପରେ ଆକ୍ରମଣର ବୃଦ୍ଧି ଘଟିଛି। ଗତ ସପ୍ତାହରେ, ଏକ ହିନ୍ଦୁ ମନ୍ଦିରକୁ ଭଙ୍ଗାରୁଜା କରିବା ମାମଲାରେ ଜଣଙ୍କୁ ଗିରଫ କରାଯାଇଛି।












Click it and Unblock the Notifications