ହିଜାବ ବିବାଦ, ଗିରଫ ହେଲେ ଓସ୍କାର ବିଜୟୀ ଅଭିନେତ୍ରୀ
ହିଜାବ ବିବାଦ, ଗିରଫ ହେଲେ ଓସ୍କାର ବିଜୟୀ ଅଭିନେତ୍ରୀ
ତେହରାନ: ଇରାନରେ ଥମୁନି ହିଜାବ ବିବାଦ । ଗିରଫ ହେଲେ ଓସ୍କାର ବିଜୟୀ ଅଭିନେତ୍ରୀ । ଅଭିନେତ୍ରୀଙ୍କୁ ରାଷ୍ଟ୍ରବ୍ୟାପି ବିରୋଧ ପ୍ରଦର୍ଶନକୁ ନେଇ ଭୁଲ ଖବର ଦେଉଥିବା ଅଭିଯୋଗରେ ଗିରଫ କରାଯାଇଛି ।

Iranian authorities arrested the star of the Oscar-winning movie, Taraneh Alidoosti, after she voiced support for anti-hijab protests & posted a photo of herself with the main slogan of demonstrators, Reuters reported citing Iran's media
(Pic: Reuters) pic.twitter.com/c8JGx56TB2
— ANI (@ANI) December 18, 2022
ଇନଷ୍ଟାଗ୍ରାମରେ ସେ ଏକ ଫଟୋ ସେୟାର କରି ପୋଷ୍ଟରେ ଲେଖିଥିଲେ ଯେ, ଆପଣମାନଙ୍କ ନିରବତାର ଅର୍ଥ ଅତ୍ୟାଚାର ଏବଂ ଅତ୍ୟାଚାରୀକୁ ସମର୍ଥନ କରିବା ' । ଏହି ପୋଷ୍ଟକୁ କେନ୍ଦ୍ର କରି ଏକ ସପ୍ତାହ ପାଇଁ ଅଭିନେତ୍ରୀଙ୍କୁ ଅଟକ ରଖାଯାଇଥିଲା ଏବଂ ଗତକାଲି ଅର୍ଥାତ୍ ଶନିବାର ଦିନ ତାଙ୍କୁ ଗିରଫ କରାଯାଇଥିଲା । ସେହିପରି ସରକାରଙ୍କ ନିୟମକୁ ବିରୋଧ କରୁଥିବା ଅନ୍ୟ କିଛି ସେଲିବ୍ରିଟିଙ୍କୁ ମଧ୍ୟ ନୋଟିସ ପଠାଯାଇଛି । ସୂଚନାଥାଉ ଯେ, ୨୦୧୬ରେ ଫିଲ୍ମ 'ଦ ସେଲ୍ସମ୍ୟାନ୍' ପାଇଁ ଅଲିଦୁସ୍ତିଙ୍କୁ ଓସ୍କାର ପୁରଷ୍କାର ମିଳିଥିଲା ।












Click it and Unblock the Notifications