ତାଲିବାନ୍ ଶାସନର ପ୍ରସ୍ତୁତି: ହିବତୁଲ୍ଲା ଅଖୁନ୍ଦଜାଦା ହୋଇପାରେ ସୁପ୍ରିମ୍ କମାଣ୍ଡର
କାବୁଲ: ଆଫଗାନିସ୍ତାନରେ ତାଲିବାନର ନୂଆ ଶାସନ ପ୍ରତିଷ୍ଠାକୁ ନେଇ ଜାରି ରହିଛି ଘନ ଘନ ବୈଠକ । ପ୍ରାପ୍ତ ସୂଚନା ଅନୁସାରେ ଆଫଗାନିସ୍ତାନରେ ଇରାନର ଇସାରେ ହେବାକୁ ଯାଉଛି ନୂଆ କ୍ଷମତାର ପ୍ରତିଷ୍ଠା । ଇରାନରେ ଅଛି ତାଲିବାନର ସବୁଠାରୁ ବଳୀଆନ୍ ନେତା ହିବତୁଲ୍ଲାଅଖୁନ୍ଦଜାଦା ।

ହିବତୁଲ୍ଲାକୁ ସବୁଠାରୁ ବଡ଼ ନେତା ବା ତାଲିବାନୀ ଶାସନ ବ୍ୟବସ୍ଥାର ସୁପ୍ରିମ୍ ଲିଡର ଭାବରେ ପ୍ରତିଷ୍ଠା କରିବାକୁ ତିଆରି ହୋଇଛି ରଣନୀତି । ଏନେଇ ଆଜି ଅର୍ଥାତ ସେପ୍ଟେମ୍ବର ଦୁଇ ତାରିଖରେ ଅଧିକ ସ୍ପଷ୍ଟ ହେବ ଚିତ୍ର । ଜଣାପଡ଼ିଛି ଯେ, ଆଜି ତାଲିବାନ୍ ଶାସନର ସର୍ବୋଚ୍ଚ ନେତାର କରାଯିବ ଚୟନ ।
ପ୍ରତିଷ୍ଠା ହେବ ଇସଲାମିକ୍ ସରକାର
ନୁ୍ୟୟର୍କ ଟାଇମ୍ସ ପକ୍ଷରୁ ମଧ୍ୟ ଆଫଗାନିସ୍ତାନରେ ତାଲିବାନର ନୂତନ ସରକାର ପ୍ରତିଷ୍ଠା ନେଇ ସମ୍ବାଦ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ, ଅଖୁନ୍ଦଜାଦାକୁ ସୁପ୍ରିମ୍ ଲିଡର ଘୋଷଣା କରିବା ପାଇଁ ପ୍ରାୟ ସହମତି ହୋଇଛି ତାଲିବାନ୍ ନିଷ୍ଠା ମଧ୍ୟରେ । ଏହା ପୂର୍ଣତଃ ଏକ ଇସଲାମିକ୍ ସରକାରର ରୂପ ନେବ । ସରକାର ଗଠନକୁ ନେଇକି କାନ୍ଧାରରେ ଜାରି ରହିଥିବା ବୈଠକରେ ଅଖୁନ୍ଦଜାଦା ହିଁ ଅଧ୍ୟକ୍ଷତା କରୁଥିବା ଖବର ମିଳିଛି । ତାଲିବାନର ଏକ ସୂତ୍ରରୁ ଏହା ସମ୍ବାଦ ସଂସ୍ଥାଗୁଡ଼ିକୁ ଜଣାପଡ଼ିଛି ।
ଶାସନ ବ୍ୟବସ୍ଥାର ସର୍ବେସର୍ବା ହେବ: ସୁପ୍ରିମ୍ ଲିଡର

ଏହି ରିପୋର୍ଟ ଅନୁସାରେ ସୁପ୍ରିମ୍ ଲିଡରକୁ ଆଫଗାନିସ୍ତାରେ କୁହାଯିବ: 'ଜାଇମ୍' ବା 'ରହବର୍' । ଜାଇମ୍ର ଅର୍ଥ ହେଉଛି ନେତା ଏବଂ ରହବର୍ ଅର୍ଥ ହେଉଛି ମାର୍ଗଦର୍ଶକ । ବସ୍ତୁତଃ ଏହା ଜଣାପଡ଼ୁଛି ଯେ, ସୁପ୍ରିମ୍ ଲିଡରର ଆଦେଶ ହିଁ ଶାସନ ବ୍ୟବସ୍ଥାର ସର୍ବୋପରି ହେବ । ଏଭଳି ଅନୁରୁପ ଶାସନ ବ୍ୟବସ୍ଥା ସିୟା ବହୁଳ ଇରାନରେ ମଧ୍ୟ ପ୍ରଚଳିତ ଅଛି । ସେଠାରେ ଆୟାତୋଲ୍ଲା ଖୋମନେଇ ସୁପ୍ରିମ୍ ଲିଡର ଅଟନ୍ତି ।
ଅନ୍ୟନେତାଙ୍କ ନାମ ଉପରେ ରହିଛି ସସପେନ୍ସ

ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ତାଲିବାନର ପ୍ରତଶ୍ରୁତି ଅନୁସାରେ ବାକି ଜନଜାତି ଏବଂ ନିଷ୍ଠାଗୁଡ଼ିକୁ ସରକାରରେ ସାମିଲ କରାଯିବ ନା ନାହିଁ । ସଂଚାର ଏବଂ ଗୃହ ବିଭାଗ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଭାବରେ ବିବେଚନା କରାଯାଏ । ଏହିଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକୁ ମୁଲ୍ଲା ଅବଦୁଲ୍ ଗନି ବରାଦ୍ଧର୍ ସମ୍ଭାଳିବା ନେଇ ଆଲୋଚନା ହେଉଛି । ସରକାରଙ୍କ ଦୈନନ୍ଦିକ କାର୍ଯ୍ୟ ତା'କୁ ସମ୍ଭାଳିବାକୁ ଦିଆଯାଇ ପାରେ ବୋଲି ଆନ୍ତର୍ଜାତିକ ନୁ୍ୟଜ୍ ସଂସ୍ଥା ବ୍ଲୁମ୍ବର୍ଗ ପ୍ରକାଶ କରିଛି । ତେବେ ମୁଲ୍ଲା ଅବଦୁଲ୍ ସରକାରୀ ଭାବରେ କେଉଁ ପଦବୀ ହାସଲ କରିବ ସେନେଇ ଏବେଯାଏଁ ଚିତ୍ର ସ୍ପଷ୍ଟ ହୋଇ ନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୁଲ୍ଳା ଅବଦୁଲ୍ ହିଁ କାତାର୍ ଠାରେ ଆମେରିକା ସହ କଥା ହୋଇଥିଲା ।
ସିରାଜୁଦ୍ଧିନ୍ ହକ୍କାନୀ ହୋଇପାରେ ସରକାରର ଅଂଗ
ରିପୋର୍ଟ ଅନୁସାରେ ଅଖୁନ୍ଦଜାଦା ଏବଂ ମୁଲ୍ଲା ଅବୁଦଲ୍ ବରାଦ୍ଧର ପରେ ଆଉ ଦୁଇଟି ନାମ ସାମନାକୁ ଆସୁଛି ଯେଉଁମାନେ ସରକାର ଗଠନରେ ପ୍ରମୁଖ ସ୍ଥାନ ପାଇ ପାରନ୍ତି । ସେହି ଦୁଇଜଣ ହେଉଛନ୍ତି: ମୁଲ୍ଲା ମହମ୍ମଦ୍ ୟାକୁବ୍ ଏବଂ ସିରାଜୁଦ୍ଧିନ୍ ହକ୍କାନୀ । ଏହି ଦୁଇଜଣଙ୍କୁ ଅଖୁନ୍ଦଜାଦାର ପରାମର୍ଶଦାତା ଭାବରେ ମିଳିପାରେ ଦାୟିତ୍ୱ । ସେହିପରି ପୂର୍ବତନ ରାଷ୍ଟ୍ରପତି ହମିଦ୍ କାରଜାଇ ଏବଂ ଅବଦୁଲ୍ଲା-ଅବଦୁଲ୍ଲା ସରକାରରେ ସାମିଲ ହେବେକି ନାହିଁ ଏହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ । ସେହିପରି ଇରାନ୍ ମଡେଲରେ ସୁରା କାଉନ୍ସିଲ୍ ଗଠନ ହେବ କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ ।
ଜାଣନ୍ତୁ ହିବତୁଲ୍ଲା ଅଖୁନ୍ଦଜାଦା ବିଷୟରେ
ହିବତୁଲ୍ଲା ଅଖୁନ୍ଦଜାଦା ୧୯୬୧ ମସୀହାରେ ଆଫଗାନିସ୍ତା କାନ୍ଧାର ପ୍ରଦେଶର ପଞ୍ଜବଇ ଜିଲ୍ଲାରେ ଜନ୍ମ ହୋଇଥିଲା । ତା'ର ବାପା ମହମ୍ମଦ ଅଖୁନ୍ଦ୍ ନୁରଜଇ କବିଲା ସହିତ ସମ୍ପର୍କିତ ଥିଲେ । ବାପା ମୁଲ୍ଲା ମହମ୍ମଦ ଅଖୁନ୍ଦ ଜଣେ ଧାର୍ମିକ ସ୍କଲାର୍ ଥିଲେ । ସେ ଗ୍ରାମର ମସଜିଦର ଇମାମ୍ ଥିଲେ । ତାଙ୍କ ପାଖରେ ଜମିବାଡ଼ି ଅଥବା ସମ୍ପତି କିଛି ନଥିଲା । ମସଜିଦରୁ ମିଳୁଥିବା ଦାନ ଏବଂ ଅନ୍ୟାନ୍ୟ ସୂତ୍ରରୁ ମିଳୁଥିବା ସମାନ୍ୟ ପଇସାରେ ଘର ସଂସାର ଚଳାଉଥିଲେ । ହିବତୁଲ୍ଲା ଅଖୁନ୍ଦଜାଦା ନିଜ ବାପାଙ୍କ ଠାରୁ ହିଁ ତାଲିମ ପ୍ରାପ୍ତ କରିଛି । ୧୯୮୦ ମସିହାର କଥା । ଆଫଗାନିସ୍ତାରେ ସୋଭିଅତ୍ ୟୁନିଅନର ସେନା ପ୍ରବେଶ କରି ସାରିଥିଲା । ଏହି ସେନାର ବଳରେ ଆଫଗାନିସ୍ତାନରେ ଶାସନ ଚାଲୁଥାଏ । ଅନେକ ମୁଜାହିଦ୍ଧିନ୍ ନେତା ସରକାର ଏବଂ ସେନା ବିରୋଧରେ ଲଢେ଼ଇ ଜାରି ରଖିଥିଲେ । ଏହି ମୁଜାହିଦ୍ଧିନ୍ ମାନଙ୍କୁ ପାକିସ୍ତାନ ତଥା ଆମେରିକରୁ ସହାୟତା ମିଳୁଥିଲା । ହିବତୁଲ୍ଲା ଅଖୁନ୍ଦଜାଦାର ପରିବାର ଦେଶ ଛାଡ଼ି ପାକିସ୍ତାର କ୍ୱେଟା ସହରକୁ ଚାଲିଗଲା ଏବଂ ସେଠାରେ ଅଖୁନ୍ଦଜାଦା କଲା ଅସ୍ତ୍ରଧାରଣ । ହିବତୁଲ୍ଲା












Click it and Unblock the Notifications