ଇସ୍ରାଏଲ ଉପରେ ହେଜବୁଲ୍ଲାର ରକେଟ୍ ମାଡ଼

ଜେରୁଜେଲମ : ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି। ରବିବାର ଲେବାନନ ଇସ୍ରାଏଲ ଉପରେ ୧୪୦ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଅଲଜଜିରାର ରିପୋର୍ଟ ଅନୁଯାୟୀ, ହିଜବୁଲ୍ଲାର ଏହି ଆକ୍ରମଣ ପରେ ଉତ୍ତର ଇସ୍ରାଏଲର ସ୍କୁଲଗୁଡ଼ିକୁ ବନ୍ଦ କରିବାକୁ ପଡିଲା ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ସେଠାରେ ଆଶ୍ରୟ ନେବାକୁ ପଡିଲା।

କିରିୟତ ବିୟାଲିକ ସହର ନିକଟରେ ଏକ ରକେଟ୍ ମାଡ଼ ହେବାଫଳରେ ଅତି କମରେ ୩ ଜଣ ଆହତ ହେବା ସହ କୋଠା ଓ କାରରେ ନିଆଁ ଲାଗିଯାଇଥିଲା। ଇସ୍ରାଏଲର ମାଗେନ୍ ଡେଭିଡ୍ ଆଡମ୍ ରେସ୍କ୍ୟୁ ସର୍ଭିସ୍ ଏହି ବିସ୍ଫୋରଣରେ ୪ ଜଣ ଆହତ ହୋଇଥିବା ସୂଚନା ଦେଇଛି।

ଆଇଡିଏଫ ଅନୁଯାୟୀ, ହେଜବୁଲ୍ଲା ରବିବାର ଉତ୍ତର ଇସ୍ରାଏଲର ବିସ୍ତୃତ ଏବଂ ମଧ୍ୟବର୍ତ୍ତି ଅଞ୍ଚଳରେ ୧୪୦ରୁ ଅଧିକ ରକେଟ୍ ନିକ୍ଷେପ କରିଥିଲା, ଯେଉଁଥିମଧ୍ୟରୁ କିଛି ହାଇଫା ସହର ନିକଟରେ ପଡ଼ିଥିଲା। ଏହି ଆକ୍ରମଣ ପରେ ଉତ୍ତର ଇସ୍ରାଏଲରେ ଏୟାର ଷ୍ଟ୍ରାଇକ୍ ସାଇରନ୍ ବାଜିବା ସହ ହଜାର ହଜାର ଲୋକ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିଲେ।

Hezbollah rockets

ସୂଚନା ଅନୁସାରେ ଆଜି ଭୋର ସମୟରେ ହିଜବୁଲ୍ଲା ଉତ୍ତର ଇସ୍ରାଏଲ ଅଞ୍ଚଳରେ ୧୪୦ରୁ ଅଧିକ ରକେଟ, ଡ୍ରୋନ ଓ ମିସାଇଲ ମାଡ଼ କରିଛି । ଇସ୍ରାଏଲ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସାଇରନ ବଜାଯାଇ ଲୋକଙ୍କୁ ସତର୍କ କରାଇ ଦିଆଯାଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି । ଲୋକମାନେ ବଙ୍କର ଓ ବମ୍‌ ସେଲ୍‌ଟର ହୋମ୍‌ରେ ରହିବାକୁ ବାଧ୍ୟ ହୋଇଛନ୍ତି । ହିଜବୁଲ୍ଲା ପକ୍ଷରୁ ଇସ୍ରାଏଲ ଉପରେ ଏହା ଏପର୍ଯ୍ୟନ୍ତ ସବୁଠାରୁ ବଡ ଆକ୍ରମଣ । ଏକଥା ଇସ୍ରାଏଲ ସେନା ମଧ୍ୟ ସ୍ୱୀକାର କରିଛି । ହିଜବୁଲ୍ଲା ଆକ୍ରମଣରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+