ନସରଲ୍ଲାଙ୍କ ସ୍ଥାନରେ ମିଳିଲା ନିଯୁକ୍ତି ,ହେଜବୁଲ୍ଲାର ନୂଆ ମୁଖ୍ୟ ନୈମ କ୍ୱାସୀମ

ନୂଆଦିଲ୍ଲୀ: ଲେବାନନର ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ନିଜର ନୂଆ ମୁଖିଆ ଚୟନ କରିଛି । ନଇମ କାସିନ ଏବେ ଏହି ସଂଗଠନର ନୂଆ ମୁଖିଆ ହୋଇଛନ୍ତି । ଗତ ମାସରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ନିହତ ହୋଇଥିବା ନସରଲ୍ଲାଙ୍କ ସ୍ଥାନ ନେବେ । ହେଜବୁଲ୍ଲା ମଙ୍ଗଳବାର ଏହି ସୂଚନା ଦେଇଛି । ବରିଷ୍ଠ ଓ ଅଭିଜ୍ଞତା ଦୃଷ୍ଟିରୁ ସେ ହେଜବୁଲ୍ଲାର ମୁଖ୍ୟ ଭାବେ ଚୟନ ହୋଇଛନ୍ତି। ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହେଜବୁଲ୍ଲା ମୁଖ୍ୟ ଭାବେ କାମ କରୁଥିବା ହାସନ ନସ୍ରଲ୍ଲା ସେପ୍ଟେମ୍ବର ୨୭ରେ ପ୍ରାଣ ହରାଇଥିଲେ। ଏବେ ତାଙ୍କ ସ୍ଥାନ ନୈମ କ୍ୱାସୀମ ନେବେ।

ସଂଗଠନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ହେଜବୁଲ୍ଲାର ଶୁରା ପରିଷଦ ୭୧ ବର୍ଷୀୟ କ୍ୱାସୀମଙ୍କୁ ମହାସଚିବ ଭାବେ ନିଯୁକ୍ତ କରିଛି। ୧୯୯୧ ମସିହାରୁ ସେ ସଂଗଠନ ଉପ ମହାସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଏବେ ତାଙ୍କୁ ସଂଗଠନର ମୁଖ୍ୟ ଭାବେ ନିଯୁକ୍ତ କରାଯାଉଛି।

ନଇମ କାସିମ ୧୯୯୧ ମସିହାରେ ହେଜବୁଲ୍ଲାରେ ସାମିଲ ହୋଇଥିଲେ । ତତ୍କାଳୀନ ମହାସଚିବ ଅବ୍ବାସ ଅଲ-ମୁସାଭୀ ତାଙ୍କୁ ସଂଗଠନର ଉପପ୍ରମୁଖ ନିଯୁକ୍ତ କରିଥିଲେ । ଏହାପରେ ୧୯୯୨ ମସିହାରେ ଇସ୍ରାଏଲ୍ ଆକ୍ରମଣରେ ଅଲ୍-ମୁସାଭୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ନସରଲ୍ଲା ସଂଗଠନର ମୁଖ୍ୟ ହୋଇଥିଲେ ଏବଂ କାସିମ ଉପମୁଖ୍ୟ ଭାବେ କାମ କରିଥିଲେ । ଏହାସହ ହେଜବୁଲ୍ଲାର ମୁଖପାତ୍ର ଭାବେ କାସିମ ବିଦେଶୀ ମିଡିଆରେ ସଂଗଠନର କଥା ରଖୁଥିଲେ ।

Hezbollah names Naim Qassem

ନସ୍ରଲ୍ଲାଙ୍କ ମୃତ୍ୟୁ ପରେ କ୍ୱାସୀମ ବେଶ ସକ୍ରିୟ ହୋଇ ଉଠିଥିଲେ। ସେ ନିଜର ସମର୍ଥକମାନଙ୍କୁ ବେରୁଟରେ ଗୋଟିଏ ଥର ଓ ଇରାନର ରାଜଧାନୀ ତେହରାନ ଠାରେ ଦୁଇ ଥର ସମ୍ବୋଧନ କରିଛନ୍ତି। ଗୋଟିଏ ଭାଷଣରେ ସେ ଇସ୍ରାଏଲ-ହେଜବୁଲ୍ଲା ମଧ୍ୟରେ ଅସ୍ତ୍ରବିରତି ଲାଗୁ କରିବାକୁ ମଧ୍ୟ ମତ ରଖିଥିଲେ। ତେଣୁ ସେ ହେଜବୁଲ୍ଲାର ମୁଖ୍ୟ ହୋଇଥିବାରୁ ଆଗକୁ ଇସ୍ରାଏଲ ସହ ଚାଲିଥିବା ଲଢ଼େଇ କେଉଁ ମୋଡ ନେଉଛି, ତା' ଉପରେ ସମସ୍ତଙ୍କ ନଜର ରହିଛି। ନସ୍ରଲ୍ଲାଙ୍କ ମୃତ୍ୟୁ ପରେ ହାଶୀମ ସୈଫିଦ୍ଦିନ ହେଜବୁଲ୍ଲାର ମୁଖ୍ୟ ହେବେ ବୋଲି କୁହାଯାଉଥିଲା। କିନ୍ତୁ ଇସ୍ରାଏଲ ବେରୁଟରେ ଏୟାର ଷ୍ଟ୍ରାଇକ କରି ହାଶୀମଙ୍କୁ ମଧ୍ୟ ହତ୍ୟା କରିଥିଲା। ଏହାପରେ ଜୀବନ ବଞ୍ଚାଇବା ପାଇଁ କ୍ୱାସୀମ ଇରାନ ଚାଲି ଯାଇଥିବା କୁହାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+