ନେତନ୍ୟାହୁଙ୍କ ଅଧ୍ୟକ୍ଷତାରେ ଚାଲିଥିଲା ୱାର କ୍ୟାବିନେଟ୍ ବୈଠକ , ୧୩୫ରୁ ଅଧିକ ରକେଟ୍ ମାଡ଼ କଲା ହିଜବୁଲ୍ଲା

ଇସ୍ରାଏଲ- ହମାସ ଯୁଦ୍ଧକୁ ପୂରିଛି ଏକ ବର୍ଷ। ଗତବର୍ଷ ଅକ୍ଟୋବର ୭ରେ ଇସ୍ରାଏଲରେ ନରସଂହାର ରଚିଥିଲେ ହମାସ୍ ଆତଙ୍କୀ। ଆକାଶ ମାର୍ଗରୁ ଓହ୍ଲାଇ ଘରେ ପଶି ସାଧାରଣ ଲୋକ, ମହିଳା ଓ ଛୋଟପିଲାଙ୍କୁ ଖୋଜି ଖୋଜି ଅତି ନୃଶଂସତାର ସହ ହତ୍ୟାକାଣ୍ଡ ଭିଆଇଥିଲେ। ଏହାର ଜବାବରେ ଗାଜାରେ ଥିବା ହମାସ୍ ଆଡ୍ଡା ଉପରେ ଆକ୍ରମଣ ଆରମ୍ଭ କରିଥିଲା ଇସ୍ରାଏଲ୍ ।

ଆଉ ଏହି ଯୁଦ୍ଧକୁ ପରିଛି ଏକ ବର୍ଷ । ଏପଟେ ଆଇଡିଏଫ କହିଛି ଯୁଦ୍ଧ ଜାରି ରହିବ । ଲଏସବୁ ଭିତରେ ଅର୍ଥାତ୍ ସୋମବାର ଇସ୍ରାଏଲ ଉପରେ ଘାତକ ଆକ୍ରମଣ କରିଛି ହେଜବୁଲ୍ଲା। ଗତ ଏକ ସପ୍ତାହ ମଧ୍ୟରେ ଇସ୍ରାଏଲ ଉପରେ ଦ୍ୱିତୀୟ ବୃହତ୍ତ ଆକ୍ରମଣ। ଏଥର ଲେବାନାନର ହେଜବୁଲ୍ଲା ଅତି କମରେ ୧୩୫ 'ଫାଦୀ-୧' କ୍ଷେପଣାସ୍ତ୍ର ଇସ୍ରାଏଲର ହାଇଫା ଅଞ୍ଚଳରେ ମାଡ଼ କରିଛି।

Hezbollah Launches 135 Missiles At Israel

ହାଇଫା ଇସ୍ରାଏଲର ତୃତୀୟ ବୃହତ୍ତମ ସହର ଅଟେ। ଆକ୍ରମଣରେ ୧୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆକ୍ରମଣ ପରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସହରରେ ସାଇରନ୍ କ୍ରମାଗତ ଭାବରେ ବାଯିବାରେ ଲାଗିଛି। ଆହୁରି ଅଧିକ ଆକ୍ରମଣ ଭୟରେ ମଧ୍ୟରେ ଲୋକମାନେ ବୋମା ଆଶ୍ରୟସ୍ଥଳରେ ଲୁଚି ରହିଥିବାର ସୂଚନା ମିଳିଛି।

ନେତନ୍ୟାହୁଙ୍କ ଅଧ୍ୟକ୍ଷତାରେ ୱାର କ୍ୟାବିନେଟ୍ ବୈଠକ ଚାଲିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ହିଜ୍‌ବୁଲ୍ଲା, ହମାସ୍ ଓ ହୁତି ପକ୍ଷରୁ ଆକ୍ରମଣ ହୋଇଥିଲା । ଲେବାନନ୍‌ରୁ ହିଜ୍‌ବୁଲ୍ଲା ୧୩୫ରୁ ଅଧିକ ରକେଟ୍ ମାଡ଼ କରିଥିଲା ବେଳେ ୟେମେନ୍‌ରୁ ର୍ସଫେସ୍‌-ଟୁ-ର୍ସଫେସ୍ ମିସାଇଲ ଛଡ଼ାଯାଇଥିଲା । ସେହିଭଳି ହମାସ୍ ତେଲ୍ ଆଭିଭ୍ ଉପରେ ରକେଟ୍ ମାଡ଼ କରିଥିଲା । ତେବେ ତିନିତରଫା ଆକ୍ରମଣ ପରେ ବି ଇସ୍ରାଏଲ୍‌ର ସେଭଳି କିଛି ବଡ଼ କ୍ଷତି ହୋଇନାହିଁ । ଏହାର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଧିକାଂଶ ରକେଟ୍ ଓ ମିସାଇଲ୍‌କୁ ଖସାଇ ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+