ଇସ୍ରାଏଲ ଉପରେ ୨୦୦ରୁ ଅଧିକ ରକେଟ ମାଡ କଲା ହିଜବୁଲ୍ଲା

ନୂଆଦିଲ୍ଲୀ: ହମାସ୍‌-ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ୯ ମାସରେ ପହଁଞ୍ଚିଛି । ଏହାରି ଭିତରେ ଗୁରୁବାର ଲେବାନନର ଆତଙ୍କୀ ଗୋଷ୍ଠୀ ହିଜବୁଲା ଇସ୍ରାଏଲ୍ ଉପରେ ୨୦୦ରୁ ଅଧିକ ରକେଟ୍ ଏବଂ ଡ୍ରୋନ୍ ମାଡ଼ କରିଛି । ସିନିୟର କମାଣ୍ଡରଙ୍କ ହତ୍ୟା ପରେ ପ୍ରତିଶୋଧ ନେବା ପାଇଁ ହିଜବୁଲା ଇସ୍ରାଏଲ୍ ସୈନ୍ୟ ଶିବିରକୁ ଟାର୍ଗେଟ୍ କରିଛି । ନିକଟରେ ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲାର କ୍ଷେତ୍ରୀୟ ଡିଭିଜନର ନେତୃତ୍ୱ କରୁଥିବା କମାଣ୍ଡର ନାମେହ ନାସୀରଙ୍କ ମୃତ୍ୟୁ ଘଟିଥିଲା ।

ଆମ କମାଣ୍ଡରଙ୍କ ମୃତ୍ୟୁର ଜବାବ ଠିକ ଭାବେ ଦେଇଛୁ । ଆଗକୁ ଏହି ଯୁଦ୍ଧ ଆହୁରି ତୀବ୍ର ହେବ ବୋଲି ଆଶଙ୍କା କରାଯାଉଛି । ଇସ୍ରାଏଲ ପକ୍ଷରୁ ଏହି ଆକ୍ରମଣ ନେଇ କିଛି ପୃଷ୍ଟି କରାଯାଇନି । ଗତ ନଅ ମାସ ଧରି ଗାଜା ଏବଂ ଇସ୍ରାଏଲ ମଧ୍ୟରେ ଜାରି ସଂଘର୍ଷରେ ନିହତ ହୋଇଥିବା ନାସିର ଓରଫ ହଜ ଅବୁ ନିମାହ ହେଉଛି ହିଜବୁଲାର ତୃତୀୟ ଶୀର୍ଷ ନେତା । ନାସିରର ମୃତ୍ୟ ପରେ ହିଜବୁଲା ବୁଧବାର ଇସ୍ରାଏଲ ଉପରେ ୧୦୦ରୁ ଅଧିକ ରେକଟ୍ ମାଡ଼ କରିଥିଲା ।

Hezbollah fires 200 rockets

ଗତ କିଛିଦିନ ତଳେ ଜାତିସଂଘର ଅଧିକାରୀମାନେ ଚେତାବନୀ ଦେଇଥିଲେ , ଲେବାନନର ଦକ୍ଷିଣ ସୀମାରେ ଭୁଲ ଆକଳନ ସାଂଘାତିକ ହୋଇପାରେ । ଯେଉଁଥିପାଇଁ ହିଜବୁଲ୍ ଏବଂ ଇସ୍ରାଏଲ ସେନା ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ହେବାର ଆଶଙ୍କା ଅଛି । ଲେବାନନ୍ ପାଇଁ ଜାତିସଂଘର ସ୍ୱତନ୍ତ୍ର ସଂଯୋଜକ ଜାନିନ ହେନିସ୍‌-ପ୍ଲାସଚାର୍ଟ ଏବଂ ଜାତିସଂଘର ଶାନ୍ତି ରକ୍ଷା ମୁଖ୍ୟ ଆରୋଲଡୋ ଲାଜାରୋ କହିଛନ୍ତି ସେମାନେ ଲେବାନନ୍ ସୀମାରେ ପରିସ୍ଥିତିକୁ ନେଇ ଗଭୀର ଚିନ୍ତିତ ରହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+