ନିସହାୟ ପାକିସ୍ତାନ ; ସବୁଠୁ ନିରାଶ ହେବାପରେ ଏବେ ସାଇବର ଅଟାକ ପାଇଁ କରୁଛି ଷଡ଼ଯନ୍ତ୍ର
୨୨ ଏପ୍ରିଲରେ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭୟରେ ପାକିସ୍ତାନ। ତଥାପି ଏହା ଘୃଣ୍ୟ ଷଡ଼ଯନ୍ତ୍ର କରୁଛି। ଏବେ ସୀମା ଆରପଟୁ ସାଇବର ଆକ୍ରମଣ ଭଳି କାପୁରୁଷୋଚିତ କାର୍ଯ୍ୟ କରାଯାଉଛି। ପାକିସ୍ତାନରୁ ଭାରତୀୟ ସେନା ସହ ଜଡିତ ଅଟୋନୋମସ୍ ଓ୍ବେବ୍ସାଇଟ୍କୁ ହ୍ୟାକ୍ କରିବାକୁ ଚେଷ୍ଟା କରାଯାଇଛି। ଏହି ଘଟଣା ଗତ ଦୁଇ ଦିନରେ ଦୁଇଥର ଘଟିଛି। ତେବେ ଏହି ଓ୍ବେବ୍ସାଇଟ୍ଗୁଡ଼ିକ ଭାରତୀୟ ସେନାର ନେଟୱାର୍କ ସହିତ ଜଡ଼ିତ ନୁହନ୍ତି।

ଯାହା ସୂଚନା ରହିଛି ପାକିସ୍ତାନ ସ୍ଥିତ ସାଇବର ଗ୍ରୁପ IOK ହ୍ୟାକର୍ ଭାରତୀୟ ସେନା ସହିତ ଜଡିତ କିଛି ସାର୍ବଜନୀନ ୱେବସାଇଟ୍କୁ ଟାର୍ଗେଟ କରିଥିଲା। ଆର୍ମି ପବ୍ଲିକ ସ୍କୁଲ ଶ୍ରୀନଗର, ରାଣୀଖେତ ୱେବସାଇଟ୍, ଆର୍ମି ୱେଲଫେୟାର ହାଉସିଂ ଅର୍ଗାନାଇଜେଶନ ଏବଂ ଏୟାରଫୋର୍ସ ପ୍ଲେସମେଣ୍ଟ ପୋର୍ଟାଲ୍କୁ ଟାର୍ଗେଟ କରାଯାଇଥିଲା। ଏହା ଜଣାପଡିବା ମାତ୍ରେ, ଦେଶର ସାଇବର ଏଜେନ୍ସିଗୁଡ଼ିକ ସୀମା ଆରପାରିରେ ହେଉଥିବା କାର୍ଯ୍ୟକଳାପକୁ ଟ୍ରାକ୍ କରିଥିଲେ। ଏହି ସମୟରେ ହ୍ୟାକରଙ୍କ ଲୋକେଶନ୍ ପାକିସ୍ତାନ ବୋଲି ଜଣାପଡିଥିଲା। ଏହା ସହିତ ସାଇବର ଏଜେନ୍ସିଗୁଡ଼ିକ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇଥିଲେ। ଯାହାଦ୍ୱାରା ଏହି ୱେବସାଇଟ୍ଗୁଡ଼ିକର ସମ୍ବେଦନଶୀଳତା ଏବଂ ସେମାନଙ୍କର କାର୍ଯ୍ୟକ୍ଷମ ନେଟୱାର୍କ ପ୍ରଭାବିତ ହୋଇ ନ ଥିଲା।
କେବଳ ଏତିକି ନୁହେଁ, ରାଜସ୍ଥାନ ଶିକ୍ଷା ବିଭାଗର ସରକାରୀ ୱେବସାଇଟ ମଧ୍ୟ ହ୍ୟାକ୍ ହୋଇଯାଇଛି। ଅଧିକାରୀମାନେ କହିଛନ୍ତି ଯେ ୱେବସାଇଟ୍କୁ ବର୍ତ୍ତମାନ ପାଇଁ ବନ୍ଦ କରିଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଶିକ୍ଷା ମନ୍ତ୍ରୀ ଶିକ୍ଷା ବିଭାଗର ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗକୁ ସତର୍କ କରାଇ ଦେଇଛନ୍ତି। ୱେବସାଇଟ୍ର ପୁନରୁଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ କରାଯାଉଛି। ଘଟଣା ବିଷୟରେ ବିଭାଗର ସାଇବର ସୁରକ୍ଷା ଏଜେନ୍ସିଗୁଡ଼ିକୁ ଅବଗତ କରାଯାଇଛି।












Click it and Unblock the Notifications