ହସ୍ପିଟାଲରେ ପିଟି ହୋଇ କ୍ରାଶ୍ ହେଲା ହେଲିକପ୍ଟର, ଚାଲିଗଲା ୪ ଜୀବନ
ଦକ୍ଷିଣ ପଶ୍ଚିମ ତୁର୍କୀରେ ବଡ଼ ଅଘଟଣ ଘଟିଛି। ଏଠାରେ ଥିବା ଗୋଟିଏ ହସ୍ପିଟାଲରେ ପିଟି ହୋଇ ଛିନଛତ୍ର ହୋଇଯାଇଛି ହେଲିକପ୍ଟର। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଲୋକ ଆହତ ହୋଇଛନ୍ତି।ଦୁର୍ଘଟଣାରେ ହେଲିକପ୍ଟରର ଦୁଇ ଜଣ ପାଇଲଟ, ଜଣେ ଡାକ୍ତର ଓ ଜଣେ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ଗଭର୍ଣ୍ଣର ଅକବିୟିକ କହିଛନ୍ତି, ଘନ କୁହୁଡ଼ି ଥିଲା, ଏଥିପାଇଁ ଦୁର୍ଘଟଣା ହୋଇଛି।
ରିପୋର୍ଟ ଅନୁସାରେ, ହେଲିକପ୍ଟର ଖରାପ ଭିଜିବିଲିଟି କାରଣରୁ ମୁଗଲାର ହସ୍ପିଟାଲରର ଛାତରୁ ଉଡ଼ାଣ ଭରିବା ପରେ ଏଣ୍ଟାଲ୍ୟା ସହର ଆଡ଼କୁ ଯାଉଥିଲା। ଏନଟିଭି ଟେଲିଭିଜନ ନେଟୱର୍କ ଦ୍ୱାରା ଜାରି କରାଯାଇ ଥିବା ଫଟୋରେ ହେଲିକପ୍ଟରକୁ ଉଡ଼ାଣ ଭରିବା ପରେ ଅନେକ ଥର କୁହୁଡ଼ିରେ ନିୟନ୍ତ୍ରଣ ହରାଇବାର ଦେଖା ପାରିବେ। ଏହାପରେ ଏହା ହସ୍ପିଟାଲ ପାଖର ଏକ ଖାଲି ଅଞ୍ଚଳରେ ଖସି ପଡ଼ି ଥିଲା।

ମୁଗଲା ପ୍ରଦେଶର ଗଭର୍ଣ୍ଣର ଇଦ୍ରିସ ଅକବିୟିକ କହିଛନ୍ତି, "ଟେକ ଅଫ ବେଳେ ହସ୍ପିଟାଲର ୪ର୍ଥ ମହଲାରେ ହେଲିକପ୍ଟରଟି ଲାଖି ଯାଇଥିଲା। ଏହାପରେ ଏହା ତଳେ କଚାଡ଼ି ହୋଇ ପଡ଼ିଥିଲା। ଘଟଣାରେ ହେଲିକପ୍ଟରରେ ଥିବା ୨ ଜଣ ପାଇଲଟ, ଜଣେ ଡାକ୍ତର ଓ ହସ୍ପିଟାଲର ଜଣେ କର୍ମଚାରୀର ପ୍ରାଣ ହରାଇଛନ୍ତି। ପୂରା ଅଞ୍ଚଳକୁ ଘନ କୁହୁଡ଼ି ଘେରି ରହିଥିବା ବେଳେ ହେଲିକପ୍ଟଟି ଉଡ଼ାଣ ଭରିଥିଲା। ଏଥିଯୋଗୁ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି। ତଥାପି ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ହେବ।"
ଘନ କୁହୁଡ଼ି ସତ୍ତ୍ୱେ ମୁଗଲାର ସିଟି ହସ୍ପିଟାଲ ଛାତରୁ ହେଲିକପ୍ଟରଟି ଉଡ଼ାଣ ଭରିଥିଲା। ଏହା ଅଣ୍ଟାଲୟା ଯିବାର ଥିଲା। ଟେକ ଅଫ ପରେ ଘନ କୁହୁଡ଼ିରେ ରାସ୍ତା ନ ପାଇ ହେଲିକପ୍ଟରଟି କିଛି ସମୟ ସ୍ଥିର ହୋଇ ଯାଇଥିଲା।
ଏହାପରେ ହସ୍ପିଟାଲର ୪ର୍ଥ ମହଲାରା ଲାଖି ଯାଇଥିଲା। ଶେଷରେ ହସ୍ପିଟାଲକୁ ଲାଗି ରହିଥିବା ଗୋଟିଏ ଖାଲି ପଡ଼ିଆରେ ଏହା ଖସି ପଡ଼ିଥିଲା। ଏଥିଯୋଗୁ ଏଥିରେ ଥିବା ସମସ୍ତ ୪ ଜଣ ପ୍ରାଣ ହରାଇଛନ୍ତି। ସେହିପରି ହେଲିକପ୍ଟରଟି ମଧ୍ୟ ପୂରା ଖଣ୍ଡବିଖଣ୍ଡିତ ହୋଇଯାଇଛି।












Click it and Unblock the Notifications