Get Updates
Get notified of breaking news, exclusive insights, and must-see stories!

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୫ ଜଣଙ୍କ ଜୀବନ ଗଲା

ରୁଷିଆର ଦାଗେସ୍ତାନରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାରେ ୫ ଜଣଙ୍କ ଜୀବନ ଚାଲିଯାଇଛି । ଏହି ଘଟଣା ଅଚି ସୁ ଗାଁ ନିକଟ କାସ୍ପିଆନ ସାଗରରେ ହୋଇଛି । ହେଲିକପ୍ଟର ଅନିୟନ୍ତ୍ରିତ ହୋଇ ତଳେ ମାଡ଼ ହୋଇ ପୁଣି ଉଠିବା ପରେ ଦୁର୍ଘଟଣାର ଶିକାର ହୋଇଛି । ମୃତକଙ୍କ ମଧ୍ୟରେ ଇଲେକ୍ଟ୍ରୋ ମେକାନିକାଲ ପ୍ଲାଣ୍ଟର ୪ ଜଣ କର୍ମଚାରୀ ସାମିଲ ରହିଛନ୍ତି । କମ୍ପାନୀ ପକ୍ଷରୁ ଗତକାଲି ଏହି ଦୁଃଖଦ ଘଟଣା ବିଷୟରେ ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ପ୍ଲାଣ୍ଟର ଡେପୁଟି ଜେନେରାଲ ଡାଇରେକ୍ଟର ଏବଂ ହେଲିକପ୍ଟରର ମେକାନିକ ସାମିଲ ରହିଛନ୍ତି । ଘଟଣାରେ ୨ ଜଣ ଆହତ ହୋଇଛନ୍ତି ।

Helicopter crash

ହେଲିକପ୍ଟର ଦୁର୍ଘଟଣା ହେବାର କାରଣ ଏଯାଏଁ ଜଣାପଡିନାହିଁ । ହେଲିକପ୍ଟର ପର୍ଯ୍ୟଟକଙ୍କୁ ନେଇ ଯାଉଥିଲା ବୋଲି କୁହାଯାଉଥିଲା କିନ୍ତୁ, ପରେ ଇଲେକ୍ଟ୍ରୋ ମେକାନିକାଲ ପ୍ଲାଣ୍ଟର କର୍ମଚାରୀ ଥିବା ଜଣାପଡିଥିଲା । ଏହି କମ୍ପାନୀ ରକ୍ଷା ଉପକରଣ ତିଆରି କରେ । ଏହା ଉପରେ ଆମେରିକା ପ୍ରତିବନ୍ଧ ଲଗାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+