ହେଲିକପ୍ଟର କ୍ରାସ୍, ପାଇଲଟ ସମେତ ସମସ୍ତ ଯାତ୍ରୀ ମୃତ
ଆଜି ଆମେରିକାର ମିନେସୋଟାର ଟ୍ୱିନ୍ ସିଟିଜ୍ ଅଞ୍ଚଳରେ ବିମାନବନ୍ଦର ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଦୁର୍ଘଟଣା ପରେ ଏଥିରେ ନିଆଁ ଲାଗିଯାଇଥିବାବେଳେ ଏଥିରେ ସମସ୍ତ ଲୋକ ପ୍ରାଣ ହରାଇଥିବା ଅଧିକାରୀମାନେ ନିଶ୍ଚିତ କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ରବିନସନ୍ ଆର ୬୬ ଭାବରେ ଚିହ୍ନଟ ହୋଇଛି । ଏୟାରଲେକ୍ ବିମାନବନ୍ଦରର ପଶ୍ଚିମରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।
ରିପୋର୍ଟ ଅନୁଯାୟୀ, ଘଟଣାସ୍ଥଳରେ ହେଲିକପ୍ଟରଟି ସମ୍ପୂର୍ଣ୍ଣ ଜଳିଯାଇଥିବାର ଦେଖିଛନ୍ତି ଜରୁରୀକାଳୀନ କର୍ମଚାରୀ । ଦୁର୍ଘଟଣାରୁ କୌଣସି ଯାତ୍ରୀ ବଞ୍ଚି ପାରିନାହାଁନ୍ତି । ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଅଧିକାରୀମାନେ ହେଲିକପ୍ଟର ଦୁର୍ଘଟଣାର କାରଣ ଖୋଜୁଛନ୍ତି । ହେଲିକପ୍ଟରରେ କେତେ ଲୋକ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ସୂଚନାଯୋଗ୍ୟ, ରବିନସନ୍ ଆର ୬୬ ହେଉଛି, ରବିନସନ୍ ହେଲିକପ୍ଟର କମ୍ପାନୀ ଦ୍ୱାରା ନିର୍ମିତ ଏକ ହାଲୁକା ଇଞ୍ଜିନ୍ ଟର୍ବାଇନ୍ ହେଲିକପ୍ଟର । ଏଥିରେ ଏକ ଗ୍ଲାସ୍ କକପିଟ୍ ଏବଂ ଆଧୁନିକ ଏଭିଓନିକ୍ସ ସିଷ୍ଟମ୍ ରହିଛି, ଯାହା ବିମାନ ଉଡ଼ାଣ ସମୟରେ ପାଇଲଟଙ୍କ ସର୍ବୋତ୍ତମ ଦୃଶ୍ୟ ଏବଂ ନାଭିଗେସନ୍ ସୁବିଧା ପ୍ରଦାନ କରେ ।












Click it and Unblock the Notifications