ଘାନାରେ ହେଲିକପ୍ଟର ଦୁର୍ଘଟଣା, ପ୍ରତିରକ୍ଷା ଏବଂ ପରିବେଶ ମନ୍ତ୍ରୀଙ୍କ ସମେତ ଆଠ ଜଣଙ୍କ ମୃତ୍ୟୁ
ଘାନାରେ ଏକ ସରକାରୀ ବିମାନ ଏହି ଦୁର୍ଘଟଣାର ଶିକାର ହୋଇଛି । ଯେଉଁଥିରେ ଦେଶର ପ୍ରତିରକ୍ଷା ଏବଂ ପରିବେଶ ମନ୍ତ୍ରୀଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଛି । ବୁଧବାର ସକାଳେ ହେଲିକପ୍ଟରଟି ରାଜଧାନୀ ଆକ୍ରାରୁ ଓବୁଆସି ଅଭିମୁଖେ ଯାଉଥିଲାବେଳେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । କିନ୍ତୁ ଏପର୍ଯ୍ୟନ୍ତ ବିମାନ ଦୁର୍ଘଟଣାର କାରଣ ଜଣାପଡିନାହିଁ ।
ସୂଚନାନୁଯାୟୀ, ମୃତକଙ୍କ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ଏଡୱାର୍ଡ ଓମାନେ ବୋମା, ପରିବେଶ ମନ୍ତ୍ରୀ ଇବ୍ରାହିମ୍ ମୁର୍ତାଲା ମହମ୍ମଦ, ନ୍ୟାସନାଲ୍ ଡେମୋକ୍ରାଟିକ୍ କଂଗ୍ରେସ (ଶାସକ ଦଳ)ର ଉପାଧ୍ୟକ୍ଷ, ଜଣେ ପ୍ରମୁଖ ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ କ୍ରୁ ସଦସ୍ୟ ରହିଛନ୍ତି । ଏହି ବିମାନ ଉଡ଼ାଣ ପାଇଁ ଉପଯୋଗୀ ଥିଲା । ଯାହା ପରିବହନ ସମେତ ଜରୁରୀକାଳୀନ ଚିକିତ୍ସା ପାଇଁ ବ୍ୟବହାର କରାଯାଇଥିଲା ।

ଅନ୍ୟପଟେ ଘାନା ସରକାର ଦୁଃଖ ପ୍ରକାଶ କରିବା ସହିତ ଏହି ଦୁର୍ଘଟଣା ସବୁଠାରୁ ଖରାପ ବୋଲି କହିଛନ୍ତି । ପୂର୍ବରୁ ୨୦୧୪ ମସିହାରେ ଏକ ସର୍ଭିସ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ଅତି କମରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୨୧ ମସିହାରେ ଆକ୍ରାରେ ଏକ ମାଲବାହୀ ବିମାନ ରନୱେରୁ ଖସି ଏକ ଯାତ୍ରୀବାହୀ ବସ୍ ସହିତ ଧକ୍କା ହୋଇଥିଲା, ଯେଉଁଥିରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା ।












Click it and Unblock the Notifications