ଇରାନ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ଇରାନ ରାଷ୍ଟ୍ରପତି ଇବ୍ରାହୀମ ରଇସୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ରବିବାର ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ଜରୁରି ଅବତରଣ କରାଯାଇଥିଲା । ଏହା ପରଠାରୁ ହେଲିକପ୍ଟର ଅଥବା ଏଥିରେ ଥିବା ଯାତ୍ରୀଙ୍କ ନେଇ କୌଣସି ସୂଚନା ମିଳୁ ନାହିଁ । ହେଲିକପ୍ଟରରେ ରାଇସିଙ୍କ ସହ ଦେଶର ଅର୍ଥମନ୍ତ୍ରୀ ମଧ୍ୟ ଥିଲେ ।
ହେଲିକପ୍ଟରଟି ଇରାନର ପୂର୍ବ-ଆଜରବାଇଜାନ ରାଜ୍ୟରେ ହାର୍ଡ ଲ୍ୟାଣ୍ଡିଂ ଲାଣ୍ଡିଂ ସମୟରେ ଭୂମିରେ ପିଟିହୋଇଯାଇଥିଲା । ଏବଂ ଘଟଣାସ୍ଥଳକୁ ଏକ ଉଦ୍ଧାରକାରୀ ଦଳ ପଠାଯାଇଛି । କୁହୁଡ଼ି ଓ ଖରାପ ପାଗକୁ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି । ସେପଟେ ହେଲିକପ୍ଟର ସହ ଏପର୍ଯ୍ୟନ୍ତ ଯୋଗାଯୋଗ ହୋଇନଥିବା ନେଇ କିଛି ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ତେହେରାନ ଟାଇମ୍ସର ସୂଚନା ଅନୁଯାୟୀ, ଇରାନ ରାଷ୍ଟ୍ରପତିଙ୍କ କନଭେନରେ ତିନୋଟି ହେଲିକପ୍ଟର ଅନ୍ତର୍ଭୁକ୍ତ ଥିଲା, ସେଥିମଧ୍ୟରୁ ଦୁଇଟି ନିରାପଦରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲା, କିନ୍ତୁ ଗୋଟିଏ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଷ୍ଟେଟ ଟିଭି କହିଛି ଯେ ଇରାନର ରାଜଧାନୀ ତେହେରାନଠାରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର ଆଜେରବାଇଜାନ ଦେଶ ସୀମାରେ ଥିବା ଜୋଲଫା ନିକଟରେ ଏହି ଘଟଣା ଘଟିଛି ।












Click it and Unblock the Notifications