ମେକ୍ସିକୋରେ ତାଣ୍ଡବ ରଚିଛି ପ୍ରବଳ ବର୍ଷା, ୪୧ ମୃତ

ଗତ କିଛି ଦିନ ଧରି ମୁଷଳ ଧାରାରେ ବର୍ଷା ହେବା ଯୋଗୁଁ ମେକ୍ସିକୋରେ ପରିସ୍ଥିତି ଖରାପ ହେବାରେ ଲାଗିଛି । ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଏବଂ ଭୂସ୍ଖଳନ ହେବା ଯୋଗୁଁ ମେକ୍ସିକୋରେ ୪୧ ଜଣଙ୍କର ମୃତ୍ୟୁ ହୋଇଛି ।

Mexico

ସୂଚନାନୁଯାୟୀ, ଶନିବାର ସୁଦ୍ଧା ମେକ୍ସିକୋ ସିଟିର ଉତ୍ତରରେ ଥିବା ହିଡାଲଗୋ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ମେକ୍ସିକୋର ପୁଏବଲା ରାଜ୍ୟରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୬,୦୦୦ ରୁ ଅଧିକ ଘର କ୍ଷତିଗ୍ରସ୍ତ କିମ୍ବା ନଷ୍ଟ ହୋଇଛି। ଭେରାକ୍ରୁଜ୍ ରାଜ୍ୟରେ ଆଉ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଭୂସ୍ଖଳନ ଏବଂ ବନ୍ୟା ଦ୍ୱାରା ବିଚ୍ଛିନ୍ନ ହୋଇଥିବା ୪୨ ସମ୍ପ୍ରଦାୟର ବାସିନ୍ଦାଙ୍କୁ ଉଦ୍ଧାର କରିବାରେ ସେନା ଏବଂ ନୌସେନା ନିୟୋଜିତ ରହିଛନ୍ତି ।

ଅନ୍ୟପଟେ ଉଦ୍ଧାରକାରୀମାନେ ସମଗ୍ର ଅଞ୍ଚଳରେ ନିଖୋଜ ୨୭ ଜଣଙ୍କୁ ଖୋଜୁଛନ୍ତି । ପ୍ରବଳ ବର୍ଷା ଯୋଗୁଁ ସାରା ଦେଶରେ ୩୨୦,୦୦୦ରୁ ଅଧିକ ଲୋକ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ପ୍ରଭାବିତ ହୋଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+