ମରୁଭୂମିରେ ବର୍ଷା ବିତ୍ପାତ
ମଧ୍ୟପ୍ରାଚ୍ୟର ଅଧିକାଂଶ ରାଷ୍ଟ୍ର ମରୁଭୂମି ପାଇଁ ଜଣାଶୁଣା। ତେବେ ମରୁଭୂମିରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁଁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇ ଓ ଅନ୍ୟ କେତେକ ସହର ଜଳାର୍ଣ୍ଣବ ହୋଇପଡିଛି। ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିବାବେଳେ ବିମାନ ସେବା ବାଧାପ୍ରାପ୍ତ ହୋଇଛି।

ଦୁବାଇ ସହରର ଅଧିକାଂଶ ଖାଲୁଆ ଅଞ୍ଚଳ ଜଳମଗ୍ନ ହୋଇପଡିଥିବାବେଳେ ସାରଜା, ଆଜ୍ମାନ, ରାସ୍ ଅଲ ଖାଇମା ଭଳି ସହରରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି। ବର୍ଷା ଓ ପବନ ଯୋଗୁଁ ଏମିରେଟ୍ସ ଓ ଏତିହାଦ ଭଳି ଏୟାରଲାଇନ୍ସଗୁଡିକ କେତେକ ଉଡାଣକୁ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି। ପର୍ଯ୍ୟଟକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଗାମୀ ଦିନେ ଦୁଇଦିନ ଏହି ସ୍ଥିତି ବଜାୟ ରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।












Click it and Unblock the Notifications