Get Updates
Get notified of breaking news, exclusive insights, and must-see stories!

ଲିଜ ଟ୍ରସ ଆଗରେ, ଋଷି ସୁନକଙ୍କ ହାରିବା ଆଶଙ୍କା

ଆସନ୍ତାକାଲି ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଓ ଲିଜ ଟ୍ରସଙ୍କ ମଧ୍ୟରେ ଲାଇଭ ଡିବେଟ ହେବ । ଏହି ଡିବେଟ ଦ୍ବାରା ପ୍ରଧାନମନ୍ତ୍ରୀ ହେବା ନେଇ ଫଇସଲା କରିବ । ଏହାପରେ ହେବ ପୋଷ୍ଟାଲ ବାଲାଟରେ ଭୋଟିଂ ।

ଲଣ୍ଡନ: ଆସନ୍ତାକାଲି ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଓ ଲିଜ ଟ୍ରସଙ୍କ ମଧ୍ୟରେ ଲାଇଭ ଡିବେଟ ହେବ । ଏହି ଡିବେଟ ଦ୍ବାରା ପ୍ରଧାନମନ୍ତ୍ରୀ ହେବା ନେଇ ଫଇସଲା କରିବ । ଏହାପରେ ହେବ ପୋଷ୍ଟାଲ ବାଲାଟରେ ଭୋଟିଂ ।

rishi sunak
ପ୍ରଧାନମନ୍ତ୍ରୀ ଦୌଡରେ ଲିଜ ଟ୍ରସ ଏବଂ ଋଷି ସୁନକ ଶେଷ ପ୍ରତିଯୋଗୀ ରହିଛନ୍ତି । ଉଭୟ ନିଜ ନିଜ ସପକ୍ଷରେ ସମର୍ଥନ ହାସଲ ପାଇଁ ଲାଗିପଡିଛନ୍ତି । ବ୍ରିଟେନଙ୍କୁ ସବୁ ପ୍ରକାର ସଙ୍କଟରୁ ଉଦ୍ଧାର କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଋଷି । ଲିଜ ଟ୍ରସ 19 ପଏଣ୍ଟ ଅଧିକ ପାଇ ଦୌଡରେ ଆଗୁଆ ଅଛନ୍ତି । ଦୁଇ ଦିନ ପୂର୍ବରୁ ଟ୍ରସଙ୍କ ପାଖରେ 20 ପଏଣ୍ଟ ଅଧିକ ଥିବାବେଳେ ଏବେ ସେ ସୁନକଙ୍କଠାରୁ 24 ପ୍ରତିଶତ ଅଧିକ ପଏଣ୍ଟ ହାସଲ କରିଛନ୍ତି ।

କଞ୍ଜରଭେଟିଭ ପାର୍ଟିର 730 ସଦସ୍ୟଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ସେମାନଙ୍କ ମଧ୍ୟରୁ 62% ଟ୍ରସଙ୍କ ସପକ୍ଷରେ ଯାଇଥିବାବେଳେ 35% ସୁନକଙ୍କ ସପକ୍ଷରେ ଆସିଥିଲା । ତେଣୁ ଆଗକୁ ସୁନକଙ୍କ ବିଜୟ ସହଜ ହୋଇନପାରେ । ଏବେ ଯାଏଁ ସରିଥିବା ପାଞ୍ଚ ରାଉଣ୍ଡ ଭୋଟିଂରେ ସୁନକ 137 ଭୋଟ ପାଇଥିବାବେଳେ ଲିଜ ଟ୍ରସଙ୍କୁ 113 ଭୋଟ ମିଳିଛି ମାତ୍ର ସର୍ଭେ ରିପୋର୍ଟ ଅନୁସାରେ ସୁନକ ଦୁର୍ବଳ ଥିବା ଅନୁମାନ କରାଯାଉଛି ।

ବ୍ରିଟେନ ମାର୍କେଟିଂ ରିସର୍ଜ ଏବଂ ତଥ୍ୟ ବିଶ୍ଳେଷଣ କମ୍ପାନୀ YouGov ଅନୁସାରେ, ଋଷି ସୁନକ ଓ ଲିଜ ଟ୍ରସଙ୍କ ମଧ୍ୟରେ ଜଣଙ୍କୁ ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ବଛାଯିବ । ଏ ନେଇ ଅଗଷ୍ଟରୁ ସେପ୍ଟମ୍ବର ଯାଏ ଭୋଟିଂ ହେବ । 5 ସେପ୍ଟେମ୍ବରେ ବ୍ରିଟେନକୁ ତାର ନୂଆ ପ୍ରଧାନମନ୍ତ୍ରୀ ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+