ଭାରତାକୁ ଚେତାବନୀ ଦେଲେ ବାଂଲାଦେଶୀ ନେତା, କହିଲେ ଯଦି ଶେଖ୍ ହସିନାଙ୍କୁ....

ଢାକା : ବାଂଲାଦେଶରେ ଆୱାମୀ ଲିଗ୍ ସରକାର ଭାଙ୍ଗିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭାରତରେ ଆଶ୍ରୟ ନେଇଛନ୍ତି। ବାଂଲାଦେଶରେ ନୋବେଲ ବିଜେତା ଶେଖ୍ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଚାଲିଛି। ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱରେ ଗଠିତ ମଧ୍ୟବର୍ତ୍ତୀକାଳୀନ ସରକାରରେ ମଧ୍ୟ ହିନ୍ଦୁମାନଙ୍କ ଉପରେ ଆକ୍ରମଣର ଖବର ଜାରି ରହିଥିଲା। ବିଏନ୍‌ପି ସାଧାରଣ ସମ୍ପାଦକ ମିର୍ଜା ଫାକ୍‌ରୁଲ୍‌ ଇସଲାମ ଆଲାମଗିର ଶେଖ୍‌ ହାସିନାଙ୍କ ପ୍ରତ୍ୟର୍ପଣ ଦାବି କରିଛନ୍ତି।

ସେ କହିଛନ୍ତି, ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଆବଶ୍ୟକ। ଯଦି ଏହା ନ ହୁଏ ତେବେ ଭାରତରେ ହାସିନାଙ୍କ ଉପସ୍ଥିତି ଯୋଗୁ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ଖରାପ ହୋଇପାରେ। ବାସ୍ତବରେ ଏକ ସାକ୍ଷାତକାରରେ ମିର୍ଜା ଏପରି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ଦଳ କ୍ଷମତାକୁ ଆସିବା ପରେ ଶେଖ ହାସିନାଙ୍କ ଆଓ୍ବାମୀ ଲିଗ୍‌ ଶାସନ ସମୟରେ ସ୍ବାକ୍ଷରିତ ଆଦାନୀ ଶକ୍ତି ଚୁକ୍ତି ସମୀକ୍ଷା କରାଯିବ।

Sheikh hasina

ବିଏନ୍‌ପିର ଦ୍ବିତୀୟ ବଡ଼ ନେତା ଆଲମଗିର କହିଛନ୍ତି ଯେ ତାଙ୍କ ଦଳ ଭାରତ ସହ ଅଧିକ ସମ୍ପର୍କ ସ୍ଥାପନ କରିବାକୁ ଆଗ୍ରହୀ। ସେ କହିଛନ୍ତି ଯେ ଅତୀତର ପାର୍ଥକ୍ୟକୁ ଦୂର କରିବା ଏବଂ ସମସ୍ତ ସହଯୋଗ କରିବାକୁ ସେ ପ୍ରସ୍ତୁତ ଅଛନ୍ତି। ଆଲମଗିର ଆହୁରି ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ ବାଂଲାଦେଶୀ ମାଟିରେ ବିଏନପି ଏପରି କାର୍ଯ୍ୟକଳାପକୁ ଅନୁମତି ଦେବ ନାହିଁ ଯାହା ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ।

ଆଲମଗିର କହିଛନ୍ତି ଯେ 'ଜନସାଧାରଣଙ୍କ କ୍ରୋଧ ମଧ୍ୟରେ ହାସିନା ସରକାରର ପତନ ପରେ ମଧ୍ୟ ଭାରତ ସରକାର ବିଏନପି ସହ କଥା ହୋଇନାହାଁନ୍ତି, କିନ୍ତୁ ଚୀନ୍, ଆମେରିକା, ବ୍ରିଟେନ ଏବଂ ପାକିସ୍ଥାନ ପୂର୍ବରୁ କଥା ହୋଇସାରିଛନ୍ତି।' ବିଏନ୍‌ପି ନେତା କହିଛନ୍ତି ଯେ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଉଥିବା ଖବର ସତ୍ୟ ନୁହେଁ କାରଣ ଅଧିକାଂଶ ଘଟଣା ସାମ୍ପ୍ରଦାୟିକ ପରିବର୍ତ୍ତେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା।' ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ତାଙ୍କ ଅପରାଧ ପାଇଁ ଆଇନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି। ତେଣୁ ବାଂଲାଦେଶର ଲୋକଙ୍କ ଭାବନାକୁ ସମ୍ମାନ ଦେବା ପାଇଁ ଭାରତ ବାଂଲାଦେଶ ଫେରିବା ନିଶ୍ଚିତ କରିବା ଉଚିତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+