ନସ୍‌ରଲ୍ଲାଙ୍କ ମୃତ୍ୟୁ ପରେ ହିଜବୁଲ୍ଲା ମୁଖ୍ୟ ହେଲେ ହାସିମ୍ ସଫିଦ୍ଦିନ

ବେରୁଟ : ଲେବାନନର ରାଜଧାନୀ ବେରୁଟରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଆତଙ୍କୀ ସଂଗଠନ ହିଜବୁଲ୍ଲା ମୁଖ୍ୟ ହସନ ନସରଲା ନିହତ ହୋଇଛନ୍ତି। ଏଥିସହ ଆତଙ୍କୀ ସଂଗଠନ ହିଜବୁଲ୍ଲା ମୁଖ୍ୟାଳୟ ନଷ୍ଟ ହୋଇଯାଇଛି। ଏପରିକି ଆତଙ୍କୀ ସଂଗଠନ ହିଜବୁଲ୍ଲା ମୁଖ୍ୟ ହସନ ନସରଲାଙ୍କ ମୃତ୍ୟୁକୁ ନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ ଗତକାଲି ସ୍ପଷ୍ଟ କରିଥିଲା ।

ହାସନ ନସ୍‌ରଲ୍ଲାଙ୍କ ମୃତ୍ୟୁ ପରେ ହିଜବୁଲ୍ଲା ଏହାର ନୂତନ ମୁଖ୍ୟ ଘୋଷଣା କରିଛି। ବର୍ତ୍ତମାନ ନସ୍‌ରଲ୍ଲାଙ୍କ ସ୍ଥାନରେ ହାସିମ୍ ସଫିଦ୍ଦିନ କାର୍ଯ୍ୟ କରିବେ। ନସ୍‌ରଲ୍ଲା ଏବଂ ନାଏମ କାସୀମଙ୍କ ସହ ହିଜବୁଲ୍ଲାର ଶ୍ରେଷ୍ଠ ତିନି ନେତାଙ୍କ ମଧ୍ୟରେ ସଫିଦ୍ଦିନଙ୍କୁ ଗଣାଯାଇଥାଏ। ୨୦୧୭ରେ ଆମେରିକା ଦ୍ୱାରା ସଫିଦ୍ଦିନଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଥିଲା। ସେ ହିଜବୁଲ୍ଲାର ରାଜନୈତିକ ବ୍ୟାପାରର ତଦାରଖ କରନ୍ତି ଏବଂ ଦଳର ଜିହାଦ୍ ପରିଷଦର ସଦସ୍ୟ ଅଟନ୍ତି।

Hashim Safi Al-Din

ଅନ୍ୟପଟେ ଇରାନର ସୁପ୍ରିମ ଲିଡର ଆୟାତୁଳ୍ଲା ଅଲ୍ଲୀ ଖାମନେଇ ମୁସଲମାନଙ୍କୁ ଏକଜୁଟ ହେବାକୁ ଅପିଲ କରିଛନ୍ତି। ସେ ଶନିବାର ମୁସଲମାନଙ୍କୁ ଗୁହାରୀ କରିଛନ୍ତି ଲେବାନନ୍‌ର ଲୋକ ଓ ହିଜବୁଲାର ସାଥ୍ ଦିଅନ୍ତୁ। ଏହା ସହ ଇସ୍ରାଏଲ ଆଡକୁ ଇଶାରା କରି ସେ କହିଛନ୍ତି, ଦୁଷ୍ଟ ଶାସନର ମୁକାବିଲା କରିବାରେ ସହାୟତା କରନ୍ତୁ।

ଖାମନେଇଙ୍କ ଏହି ବୟାନ ଇସ୍ରାଏଲ ଆକ୍ରମଣରେ ହିଜବୁଲା ମୁଖ୍ୟ ହସନ ନସରୁଲାହ ନିହତ ହେବାପରେ ଆସିଛି। ସେ ନିଜ ବୟାନରେ କହିଛନ୍ତି, ଏହି ଅଞ୍ଚଳର ଭାଗ୍ୟ ପ୍ରତିରୋଧର ଶକ୍ତି ପକ୍ଷରୁ ଧାର୍ଯ୍ୟ କରାଯିବ, ଯେଉଁଥିରେ ହିଜବୁଲ୍ଲାହ ସବୁଠାରୁ ଆଗରେ ରହିବ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+