For Quick Alerts
Turn On Notification  
For Daily Alerts
Oneindia App Download

ଭାରତୀୟ ବଂଶୋଦ୍ଭବ ହେବେ କି ଜୋ ବାଇଡେନଙ୍କ ରାଜନୈତିକ ପରାମର୍ଶଦାତା

ସୋସିଆଲ ମିଡ଼ିଆ ବ୍ୟବହାରକାରୀ ଜଣକ ଲେଖିଛନ୍ତି ଯ, 'ଜୋ ବାଇଡେନ ଭାରତୀୟ ବଂଶୋଦ୍ଭବ ଅହମ୍ମଦ ଖାନ୍ ଙ୍କୁ ନିଜର ରାଜନୈତିକ ପରାମର୍ଶଦାତା ଭାବେ ନିୟୋଜିତ କରିଛନ୍ତି | ସେ ଭାରତର ହାଇଦ୍ରାବାଦ ରାଜ୍ୟର | ଏହା ହିଁ ଭେଦଭାବ ବିହୀନ ରାଜନୀତି |

|

ଓ୍ୱାସିଙ୍ଗଟନ୍(ଡିସି) : ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରେ ଜୋ ବାଇଡେନ୍ ନିଜର ପ୍ରଶାସନିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି | କିନ୍ତୁ, ଡୋନାଲ୍ଡ ଚ୍ରମ୍ପ ନିଜର ପରାଜୟ ସ୍ୱୀକାର କରିବାକୁ ନାରାଜ | ଏହି ସମୟରେ ସୋସିଆଲ ମିଡ଼ିଆରେ ଏକ ଖବର ପ୍ରସାରିତ ହେବାରେ ଲାଗିଛି ଯେ, ଜୋ ବାଇଡେନ ଜଣେ ଭାରତୀୟ ବଂଶୋଦ୍ଭବକୁ ନିଜର ରାଜନୈତିକ ପରାମର୍ଶଦାତା ଭାବେ ନିୟୋଜିତ କରିଛନ୍ତି |

Ahmed-Khan-Jo-Baiden

ସୋସିଆଲ ମିଡ଼ିଆ ବ୍ୟବହାରକାରୀ ଜଣକ ଲେଖିଛନ୍ତି ଯ, 'ଜୋ ବାଇଡେନ ଭାରତୀୟ ବଂଶୋଦ୍ଭବ ଅହମ୍ମଦ ଖାନ୍ ଙ୍କୁ ନିଜର ରାଜନୈତିକ ପରାମର୍ଶଦାତା ଭାବେ ନିୟୋଜିତ କରିଛନ୍ତି | ସେ ଭାରତର ହାଇଦ୍ରାବାଦ ସହରର | ଏହା ହିଁ ଭେଦଭାବ ବିହୀନ ରାଜନୀତି |'

ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଫଟୋଟି ସତ୍ୟ | କିନ୍ତୁ, ଅନ୍ୟ ଏକ ଫଟୋ ସୂଚାଉଛି ଯେ, ଏହା 2015 ମସିହାର ଫଟୋ | 2016 ମସିହାରେ ଖାନ୍ ବାଇଡେନଙ୍କର ଡେପୁଟି ଏକ୍ଜୁକ୍ୟୁଟିଭ୍ ଜାଇରେକ୍ଟର ଅଫ୍ ଡ୍ରାଫ୍ଟ ଥିଲେ | ଏହା 2016 ନିର୍ବାଚନ ପାଇଁ ଗଠନ କରାଯାଇଥିବା ଏକ ରାଜନୈତିକ କମିଟି | ଅହମ୍ମଦ ଖାନ୍ ଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏବଂ ଅନ୍ୟ ଓ୍ୱେବସାଇଟରେ ବାଇଡେନ ତାଙ୍କୁ ନିଜର ପରାମର୍ଶଦାତା ଭାବେ ନିୟୋଜିତ କରିଥିବାର କୌଣସି ତଥ୍ୟ ନାହିିଁ |

ଅହମ୍ମଦ ଖାନ୍ ଚିକାଗୋର ଜଣେ ସ୍ଥାୟୀ ବାସିନ୍ଦା | ସେ ଗୋଟିଏ ବିଶ୍ୱବିଦ୍ୟାଳୟରେ 'ଗ୍ଲୋବାଲ ଆଫେୟାର୍ସ' ବିଭାଗରେ କାର୍ଯ୍ୟ କରନ୍ତି |
ବାଇଡେନ ପ୍ରସ୍ତୁତ କରିଥିବା ତିନି ଜଣିଆ କୋଭିଡ୍-19 ପରାମର୍ଶଦାତା ବୋର୍ଡ ତାଲିକାରେ ଜଣେ ଭାରତୀୟଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି | ଡ଼ ବିବେକ ମୂର୍ତ୍ତି ଏହି ତିନିଜଣିଆ ବୋର୍ଡର ଜଣେ ସଦସ୍ୟ | କିନ୍ତୁ ଅହମ୍ମଦ ଖାନ ବାଇଡେନଙ୍କ ପରାମର୍ଶ ଦାତା ଭାବେ ନିୟୋଜିତ ହୋଇନାହାନ୍ତି |

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
One Photo goes viral in social media that, Jo Biden has appointed an Indian origin man as his political advisor.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X