ଏହି ବିଶ୍ୱବିଦ୍ୟାଳୟ ଉପରେ ଟ୍ରମ୍ପଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୨.୨ ବିଲିୟନ ଡଲାରର ପାଣ୍ଠି ବନ୍ଦ କଲେ ଟ୍ରମ୍ପ ସରକାର
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ପ୍ରତିଷ୍ଠିତ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ୨.୨ ବିଲିୟନ ଡଲାରର ପାଣ୍ଠିକୁ ତୁରନ୍ତ ବନ୍ଦ କରିଦେଇଛନ୍ତି। ୟୀହୂଦୀମାନଙ୍କ ପ୍ରତି ବଢ଼ୁଥିବା ଘୃଣା ଏବଂ ପାଲେଷ୍ଟାଇନ ସମର୍ଥନରେ ପ୍ରଦର୍ଶନକୁ ରୋକିବାରେ ବିଶ୍ୱବିଦ୍ୟାଳୟ ବିଫଳ ହୋଇଥିବା ଅଭିଯୋଗ କରି ଟ୍ରମ୍ପ ଏହି ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଏହାକୁ ସଂଘୀୟ ଆଇନର ଉଲ୍ଲଂଘନ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ଏପରି ବିଶ୍ୱବିଦ୍ୟାଳୟର ସରକାରୀ ପାଣ୍ଠି ପାଇବାର କୌଣସି ଅଧିକାର ନାହିଁ।
କ୍ୟାମ୍ପସ ସକ୍ରିୟତା ବନ୍ଦ୍ କରିବା ପାଇଁ ଟ୍ରମ୍ପ ପ୍ରଶାସନର ନିର୍ଦ୍ଦେଶକୁ ବିଶ୍ୱବିଦ୍ୟାଳୟ ବେଖାତିର କରିବା ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଥିଲା ଯେ ଏହା କ୍ୟାମ୍ପସ କାର୍ଯ୍ୟକଳାପକୁ ରୋକିବା ପାଇଁ ଦାବି ମାନିବ ନାହିଁ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟକୁ କିଛି ନିୟମରେ ପରିବର୍ତ୍ତନ ଦାବି କରି ଏକ ଚିଠି ଜାରି କରିଥିଲେ । କିନ୍ତୁ ଟ୍ରମ୍ପ ପ୍ରଶାସନ ଦ୍ୱାରା ଏହି ଚିଠି ପ୍ରକାଶ ପାଇବା ପରେ, ବିଶ୍ୱବିଦ୍ୟାଳୟରେ ବିରୋଧ ପ୍ରଦର୍ଶନ କରାଯାଇଥିଲା ।

ଏହା ପରେ ବିଶ୍ୱବିଦ୍ୟାଳୟ ଏହି ନିର୍ଦ୍ଦେଶଗୁଡ଼ିକୁ ମାନିବାକୁ ରୋକ୍ଠୋକ୍ ମନା କରିଥିଲା । ସୂଚନା ଥାଉକି, ଟ୍ରମ୍ପ ପ୍ରଶାସନ ଶୁକ୍ରବାର ବିଶ୍ୱବିଦ୍ୟାଳୟକୁ ଏକ ଚିଠି ପଠାଇଥିଲା । ଚିଠିରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟକୁ "ଯୋଗ୍ୟତା-ଭିତ୍ତିକ" ପ୍ରବେଶ, ନିଯୁକ୍ତି ପଦ୍ଧତି ଗ୍ରହଣ କରିବା, ଛାତ୍ରମାନଙ୍କର ଅଡିଟ୍ କରିବା, ବିବିଧତା ବିଷୟରେ ସେମାନଙ୍କର ମତାମତକୁ ଆଗେଇ ନେବା ସହ ମାସ୍କ ଉପରେ ନିଷେଧ କରିବା ସମେତ ବ୍ୟାପକ ପରିବର୍ତ୍ତନ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଥିଲା । ତେବେ ଏପରି ପଦକ୍ଷେପ ଥିଲା କିଛି ପାଲେଷ୍ଟାଇନ ସମର୍ଥକ ପ୍ରତିବାଦକାରୀଙ୍କୁ ରୋକିବା ପାଇଁ ।
ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ବିଶ୍ୱବିଦ୍ୟାଳୟକୁ "ଅପରାଧମୂଳକ କାର୍ଯ୍ୟକଳାପ, ବେଆଇନ ହିଂସା କିମ୍ବା ବେଆଇନ ଉତ୍ପୀଡନ"କୁ ପ୍ରୋତ୍ସାହିତ କରୁଥିବା ଯେକୌଣସି ଛାତ୍ର ଗୋଷ୍ଠୀ ପାଇଁ ପାଣ୍ଠି କିମ୍ବା ସ୍ୱୀକୃତି ହ୍ରାସ କରିବାକୁ ମଧ୍ୟ ଆହ୍ୱାନ କରିଛି। ତେବେ ହାର୍ଭାର୍ଡର ସଭାପତି ଆଲାନ୍ ଗାର୍ବର ସୋମବାର ଦିନ ଚିଠିର ଜବାବ ଦେଇଥିଲେ । ସେ ଲେଖିଥିଲେ କି, ବିଶ୍ୱବିଦ୍ୟାଳୟର ପ୍ରଥମ ସଂଶୋଧନ ଅଧିକାରର ଉଲ୍ଲଂଘନ ହେଉଛି ।












Click it and Unblock the Notifications