Get Updates
Get notified of breaking news, exclusive insights, and must-see stories!

ରୁଶଦୀଙ୍କ ପରେ 'ହ୍ୟାରି ପୋଟର' ପୁସ୍ତକ ଲେଖିକା ରୋଲିଂଙ୍କୁ ହତ୍ୟା ଧମକ

ପ୍ରସିଦ୍ଧ ଲେଖକ ସଲମାନ ରୁଶଦୀଙ୍କ ପରେ ଏବେ ଟାର୍ଗେଟ୍‌ରେ ଆଉ ଜଣେ ଲେଖିକା। ଲୋକପ୍ରିୟ ବହି ହ୍ୟାରି ପୋଟରର ଲେଖିକା ଜେକେ ରୋଲିଂଙ୍କୁ ମିଳିଛି ହତ୍ୟା ଧମକ।

ନ୍ୟୁୟର୍କ: ପ୍ରସିଦ୍ଧ ଲେଖକ ସଲମାନ ରୁଶଦୀଙ୍କ ପରେ ଏବେ ଟାର୍ଗେଟ୍‌ରେ ଆଉ ଜଣେ ଲେଖିକା। ଲୋକପ୍ରିୟ ବହି ହ୍ୟାରି ପୋଟରର ଲେଖିକା ଜେକେ ରୋଲିଂଙ୍କୁ ମିଳିଛି ହତ୍ୟା ଧମକ। ଏନେଇ ସେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

JK Rowling

ଲେଖିକା ରୋଲିଂ ରୁଶଦୀଙ୍କ ଉପରେ ହୋଇଥିବା ଆତ୍ମଘାତି ଆକ୍ରମଣକୁ ନିନ୍ଦା କରିଥିଲେ। ସେ କହିଥିଲେ ଯେ ଘଟଣା ଜାଣି ତାଙ୍କୁ ବହୁତ ଦୁଃଖ ଲାଗିଲା। ତେବେ ପ୍ରାର୍ଥନା କରୁଛି ଯେ ସଲମାନ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ। ରୋଲିଂଙ୍କର ଏହି ଟ୍ୱିଟ୍‌ରେ ଜବାବ ଦେଇ ଜଣେ ୟୁଜର୍ସ 'ଚିନ୍ତା କର ନାହିଁ ପରବର୍ତ୍ତୀ ଟାର୍ଗେଟ୍‌ ତୁମେ' ବୋଲି ଲେଖି ତାଙ୍କୁ ହତ୍ୟା ଧମକ ଦେଇଛନ୍ତି। 57 ବର୍ଷୀୟା ଲେଖିକା ରୋଲିଂ ଟ୍ୱିଟରରେ ହତ୍ୟା ଧମକର ସ୍କ୍ରିନସଟ ନିଜ ସୋସିଆଲ ମିଡିଆରରେ ସେୟାର କରିଛନ୍ତି।

ପଶ୍ଚିମ ନ୍ୟୁୟର୍କରେ ଔପନ୍ୟାସିକ ସଲମାନ ରୁଶଦୀଙ୍କ ଆକ୍ରମଣ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସୂଚନା ଅନୁଯାୟୀ, ରୁଶଦୀ ଭାଷଣ ଦେବା ପାଇଁ ମଞ୍ଚକୁ ଆସିବା ବେଳେ ତାଙ୍କୁ ଜଣେ ବ୍ୟକ୍ତି ଛୁରାମାଡ କରିଥିଲେ। ରୁଶଦୀଙ୍କ ଆକ୍ରମଣ ଘଟଣା ପରେ ଅନେକ ସେଲିବ୍ରିଟି ଏହି ପ୍ରସଙ୍ଗରେ ଦୁଃଖ ପ୍ରକାଶ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+