ହମାସ ଆତଙ୍କବାଦୀଙ୍କ ଚେତାବନୀ: ପୁରା ଦୁନିଆ ଉପରେ ଆମେ କରିବୁ ରାଜ୍
Hamas terrorist's warning: ହମାସ ଆତଙ୍କବାଦୀଙ୍କ ଚେତାବନୀ: ଇସ୍ରାଏଲ ଏବଂ ପାଲେଷ୍ଟାଇନର ଆତଙ୍କବାଦୀ ହମାସ୍ ମଧ୍ୟରେ ଲଢେଇ ଯାଇ ରହିଛି । ଏହି ଭୟଙ୍କର ଯୁଦ୍ଧରେ ବର୍ତ୍ତମାନ ପର୍ଯ୍ୟନ୍ତ 4 ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ସେପଟେ ଗାଜା ପଟ୍ଟିର ଅଧିକାଂଶ ସ୍ଥାନ ଶ୍ମଶାନରେ ପରିଣତ ହେଲାଣି । ଏହାରି ମଧ୍ୟରେ ଏକ ଚେତାବନୀପୂର୍ଣ୍ଣ ଭିଡିଓ ଜାରି କରିଛି ହମାସ ମୁଖ୍ୟ କମାଣ୍ତର ମହମ୍ମଦ ଅଲ ଜହିର୍ । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

2022 ଡିସେମ୍ବର ମାସରେ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ଦ୍ୱାରା ଅନୁବାଦିତ ଓ ପ୍ରକାଶିତ ଭିଡିଓରେ ଅଲ୍ ଜହିର୍ ସୂଚନା ଦେଇ କହିଥିଲେ ଯେ, ଇସ୍ରାଏଲ ଆମର ପ୍ରଥମ ଲକ୍ଷ୍ୟ । ଆଗାମୀ ଦିନରେ ପୁରା ବିଶ୍ୱ ଉପରେ ହମାସ ରାଜ୍ କରିବ । ପୃଥିବୀ ସମ୍ପୂର୍ଣ୍ଣ 510 ମିଲିୟନ୍ ବର୍ଗ କିଲୋମିଟର କ୍ଷେତ୍ରରେ ଆମ ଆଇନ୍ ଅନ୍ତର୍ଗତ ହେବ । ଯାହା ଦ୍ୱାରା ଆଉ ଅନ୍ୟାୟ ହେବ ନାହିଁ, ହତ୍ୟା ଅପରାଧ ହେବ ନାହିଁ । ହମାସର ଉତ୍ପତ୍ତି ୧୯୨୦ ଦଶକର ମୁସଲିମ୍ ବ୍ରଦରହୁଡଙ୍କ ଦ୍ଵାରା ହୋଇଥଲା ଏବଂ ୧୯୮୭ରେ ଗଠିତ ହୋଇଥିଲା ।












Click it and Unblock the Notifications