Get Updates
Get notified of breaking news, exclusive insights, and must-see stories!

ହମାସ ଆକ୍ରମଣ ପ୍ରସଙ୍ଗ: ଇସ୍ରାଏଲ ସମର୍ଥନରେ ଏହି ୫ ଶକ୍ତିଶାଳୀ ଦେଶ

US Joint Statement On Israel: ଶନିବାର ଦିନ ଇସ୍ରାଏଲ ଉପରେ ହମାସ ଦ୍ୱାରା ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ବିଶ୍ୱର ପାଞ୍ଚଟି ଶକ୍ତିଶାଳୀ ଦେଶ ମିଳିତ ବିବୃତ୍ତି ଜାରି କରିଛନ୍ତି ଯେଉଁଥିରେ ଇସ୍ରାଏଲକୁ ସମର୍ଥନ କରାଯାଇଛି ଏବଂ ହମାସର ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରାଯାଇଛି ।

 israel attack

ଆମେରିକା, ଫ୍ରାନ୍ସ, ବ୍ରିଟେନ, ଇଟାଲୀ ଏବଂ ଜର୍ମାନୀ ସମେତ ପାଞ୍ଚଟି ଦେଶ ଇସ୍ରାଏଲକୁ ସମର୍ଥନ କରି ମିଳିତ ବିବୃତ୍ତି ଜାରି କରିଛନ୍ତି ଏବଂ କହିଛନ୍ତି ଯେ ହମାସର ଆତଙ୍କବାଦୀ ଆକ୍ରମଣ ବିରୋଧରେ ଏହି ସମସ୍ତ ଦେଶ ଇସ୍ରାଏଲ ସମର୍ଥନରେ ଅଛି ।

ହମାସ ଏହି ଯୁଦ୍ଧ ଆରମ୍ଭ କରିଥିଲା ​​ଏବଂ ଇସ୍ରାଏଲ ଏହି ଯୁଦ୍ଧକୁ ଶେଷ କରିବାକୁ ଶପଥ ନେଇଛି । ଏପର୍ଯ୍ୟନ୍ତ ଏହି ଯୁଦ୍ଧରେ 1600 ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଇସ୍ରାଏଲ-ହମାସ ଯୁଦ୍ଧରେ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଉଛି । ହମାସ ଇସ୍ରାଏଲର ସାଧାରଣ ନାଗରିକଙ୍କୁ ହତ୍ୟା କରିବା ସହ ବନ୍ଦି ବନାଉଛି ଅନ୍ୟପଟେ ଜନବହୁଳ ଅଞ୍ଚଳ ଗାଜା ଷ୍ଟ୍ରିପରେ ଇସ୍ରାଏଲ ପ୍ରତିଶୋଧ ପରାୟଣ ଆକ୍ରମଣ କରିବା ଆରମ୍ଭ କରିଦେଇଛି ।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ, ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ମିଳିତ ବିବୃତ୍ତି ଜାରି କରିଛନ୍ତି । ଏହି ପାଞ୍ଚ ଶକ୍ତିଶାଳୀ ରାଷ୍ଟ୍ର ହମାସ ଆକ୍ରମଣକୁ ଆତଙ୍କବାଦୀ କାର୍ଯ୍ୟ ବୋଲି କହି ସମାଲୋଚନା କରିଛନ୍ତି । ଏହି ୫ ଦେଶ ଇସ୍ରାଏଲକୁ ସପୋର୍ଟ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+