ଇସ୍ରାଇଲ୍- ହମାସ୍ ଯୁଦ୍ଧ ମଧ୍ୟରେ ଏଲନ୍ ମସ୍କ ନେଲେ ବଡ଼ ପଦକ୍ଷେପ, ଆତଙ୍କବାଦୀ ସଂଗଠନକୁ ଲାଗିଲା ଝଟକା...
X Removes Pro-Hamas Accounts: ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣ ପରେ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ଏହି ଲଢେଇ ଏପର୍ଯ୍ୟନ୍ତ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୩୦୦୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଥିବା ନେଇ ଖବର ରହିଛି । ସେହିପରି ଅନେକ ଲୋକ ବିସ୍ଥାପିକ ହୋଇଛନ୍ତି । ତେବେ ମୃତକଙ୍କ ମଧ୍ୟରେ ଶିଶୁ, ମହିଳା , ବୃଦ୍ଧଙ୍କ ସଂଖ୍ୟା ଅଧିକ ରହିଛି ।
ଏପରିସ୍ଥିତିରେ ଏଲୋନ୍ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଯାହା ପୂର୍ବରୁ ଟ୍ୱିଟର ଥିଲା ତାହା ଏକ ବଡ଼ ପଦକ୍ଷେପ ନେଇଛି । ପ୍ରୋ-ହାମାସ୍ ଆକାଉଣ୍ଟଗୁଡିକ ବନ୍ଦ କରାଯାଇଛି । ୟୁରୋପାୟ ୟୁନିଅନର ଚେତାବନୀ ପରେ X ହମାସ ସହିତ ଜଡିତ ଥିବା ୧୦୦ରୁ ଅଧିତ ଆକାଉଣ୍ଟକୁ ବନ୍ଦ କରାଯାଇଛି । ଏହା ମାମଲାକୁ ନେଇ ଏକ୍ସ ସିଇଓ କହିଛନ୍ତି, ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ପରେ ଶହ ଏକାଉଣ୍ଟକୁ ବନ୍ଦ କରାଯାଇଛି ତ କିଥିର ବିଷୟ ବସ୍ତୁକୁ ବ୍ଲକ୍ କରାଯାଇଛି । କାରଣ ଏହି ଏହି ସମସ୍ତ ଏକାଉଣ୍ଟ ଇଶ୍ରାଏଲ ସହିତ ଜଡିତ ଥିବା ଆତଙ୍କବାଦୀ ସଂଗଠନ ହମାସ ସହିତ ସଂଯୁକ୍ତ ଥିଲା । ଏହି ଆକାଉଣ୍ଟ ଜରିଆରେ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ବିଷୟବସ୍ତୁ ସେୟାର କରାଯାଉଥିଲା ।

ସେହିପରି ଏନେକ ଆପତ୍ତିଜନକ ଫଟୋ, ଭିଡିଓ ମଧ୍ୟ ସେୟାର କରାଯାଉଥିଲା ଯାହା ପୁରା ବିଶ୍ୱର ଲୋକଙ୍କୁ ଚିନ୍ତାରେ ପକାଇଥିଲା । ଅନେକ ଏପରି ଭିଡିଓ ପୋଷ୍ଟ କରାଯାଇଥିଲା ଯେଉଁଥିରେ ଆତଙ୍କବାଦୀ ମାନେ ଲୋକଙ୍କର ହତ୍ୟା କରୁଥିବାର ମଧ୍ୟ ଦେଖିବା ପାଇଁ ମିଳିଥିଲା ଏପରିକି ମହିଳାଙ୍କୁ ଅପହରଣ କରୁଥିବା ଭିଜୁଆଲ ମଧ୍ୟ ଭାଇରାଲ ହେଉଥିଲା । ଯାହା ପରେ ୟୁରୋପୀୟ ୟୁନିଅନର ଇଣ୍ତଷ୍ଟ୍ରି ମୁଖ୍ୟ ଥିଏରି ବ୍ରେଟନ୍ ମସ୍କଙ୍କୁ ଏନେଇ ୨୪ ଘଣ୍ଟା ମଧ୍ୟରେ ଜବାବ ମାଗିଥିଲେ । ଯାହା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ପକ୍ଷରୁ ଆତଙ୍କବାଦୀଙ୍କ ସହ ଜଡିତ ଖିବା ସମସ୍ତ ଆକାଉଣ୍ଟକୁ ଡିଲେଟ୍ ବା ବ୍ଲକ୍ କରାଯାଇଛି ।












Click it and Unblock the Notifications