ଇସ୍ରାଏଲ ଉପରେ ରକେଟ୍ ମାଡ଼ କଲା ହମାସ୍

ଗାଜା: ବିଶ୍ୱରେ ଥମୁନି ଯୁଦ୍ଧ । ଆଉ ଏସବୁ ମଧ୍ୟରେ ନୂଆବର୍ଷ ୨୦୨୫ର ପ୍ରଥମ ଦିନରେ ଆତଙ୍କବାଦୀ ଗୋଷ୍ଠୀ ହମାସ୍ ଦକ୍ଷିଣ ଇସ୍ରାଏଲ ଉପରେ ଗାଜାରୁ ରକେଟ୍ ମାଡ଼ କରିଛି। ଗାଜା ଠାରୁ ପ୍ରାୟ ୧୦କିଲୋମିଟର ଦୂରରେ ଥିବା ନେଟିଭୋଟ ଏବଂ ଏହାର ଆଖପାଖ ଅଞ୍ଚଳରେ ରକେଟ୍ ମାଡ଼ ନେଇ ସତର୍କ ସୂଚନା ପାଇଁ ନୂଆବର୍ଷରେ ସାଇରନ୍ ବାଜି ଉଠିଥିଲା।

rocket

ହମାସ୍ କହିଛି ଆମେ ନେଟିଭୋଟକୁ ଟାର୍ଗେଟ କରିଛୁ। ଗତ ବର୍ଷ, ୨୦୨୪ ମସିହାରେ ନୂଆବର୍ଷ ଅବସରରେ ଆତଙ୍କବାଦୀ ଗୋଷ୍ଠୀ କେନ୍ଦ୍ରୀୟ ଇସ୍ରାଏଲ ଉପରେ ରକେଟ ମାଡ଼ କରିଥିଲା। ସେପଟେ ଆଇଡିଏଫ୍ କହିଛି, କିଛି ସମୟ ପୂର୍ବରୁ ଦକ୍ଷିଣ ଇସ୍ରାଏଲର ନେଟିଭୋଟ ସହରରେ କେନ୍ଦ୍ରୀୟ ଗାଜା ଷ୍ଟ୍ରିପରୁ ଦୁଇଟି ରକେଟ ମାଡ଼ କରାଯାଇଛି। ଏହି ଆକ୍ରମଣରେ ହୋଇଥିବା ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିପାରି ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+