ହମାସକୁ ଲାଗିଲା ଝଟକା: ଇସ୍ରାଏଲ ଆକ୍ରମଣରେ ଗଲା ଏକମାତ୍ର ମହିଳା ନେତ୍ରୀଙ୍କ ଜୀବନ
ଇସ୍ରାଏଲ-ହମାସ ଯୁଦ୍ଧ: ଇସ୍ରାଏଲ-ହମାସ ଯୁଦ୍ଧକୁ ଏହାରି ମଧ୍ୟରେ ୧୩ ଦିନ ବିତିଗଲାଣି । ହେଲେ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଏହାରି ମଧ୍ୟ ଖବର ପ୍ରକାଶ ପାଇଛି ଯେ, ଗୁରୁବାର ଦିନ ଇସ୍ରାଏଲ ଆକ୍ରମଣରେ ହମାସର ଏକ ମାତ୍ର ମହିଳା ନେତ୍ରୀ ଜାମିଲା ଅଶ ଶାନ୍ତିଙ୍କ ମୃତ୍ୟୁ ହୋଇଛି । ଏନେଇ ହମାସ ସ୍ପଷ୍ଟ କରିଛି ।
ହମାସର କୋ-ଫାଉଣ୍ତର ଅବଦେଲ ଅଜୀଜ ଅଲି ରାନ୍ତିଙ୍କ ପତ୍ନ ଥିଲେ ଜାମିଲା ଅଶ ଶାନ୍ତି । ପୂର୍ବରୁ ଇସ୍ରାଏଲ ଆକ୍ରମଣରେ 2004ରେ ଅଜୀଜଙ୍କ ମୃତ୍ୟ ଘଟିଥିଲା । 2021ରେ ଜାମିଲାଙ୍କୁ ହମାସ ପଲିଟିକାଲ ବ୍ୟୁରୋ ସଦସ୍ୟ ଭାବେ ଦାୟିତ୍ୱ ଦିଆଯାଇଥିଲା ।

ଅନ୍ୟପଟେ ଲେବାନନ ହିଜବୁଲ୍ଲାହ ବେଶ ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି । ଇରାନ ରେଭୁଶନାରୀ ଗାର୍ଡସ କର୍ପସର ପୂର୍ବ କମାଣ୍ତର କାସିମ ସୁଲେମାନୀଙ୍କ ସ୍ମାରକୀୟ ମଧ୍ୟ ଟାର୍ଗେଟ୍ କରାଯାଇଛି । 2020ରେ ଆମେରିକାର ଆକ୍ରମଣରେ ସୁଲେମାନୀର ମୃତ୍ୟୁ ଘଟିଥିଲା ।












Click it and Unblock the Notifications