Get Updates
Get notified of breaking news, exclusive insights, and must-see stories!

ଇସ୍ରାଏଲ ସେନାର ବଡ଼ ଦାବି, ହମାସ ମୁଖ୍ୟ ସିନୱାର ମୃତ

ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ୟାହିୟା ସିନୱାର ନିହତ ହୋଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ଇସ୍ରାଏଲ ପକ୍ଷରୁ ଗାଜାରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ୟାହୟା ସିନୱାର ପ୍ରାଣ ହରାଇଥିବା କୁହାଯାଉଛି। ଇସ୍ରାଏଲ ସେନା ବର୍ତ୍ତମାନ ଏହି ଖବରକୁ ନିଶ୍ଚିତ କରିବା ପାଇଁ ଉଦ୍ୟମ କରୁଛି। ତଥାପି ଏୟାର ଷ୍ଟ୍ରାଇକରେ ସିନୱାର ପ୍ରାଣ ହରାଇଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଦାବି କରାଯାଇଛି ,

ଗାଜାରେ ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ଇସ୍ରାଏଲ ସେନା ଦାବି କରିଛି। ବୋଧହୁଏ ୟାହିୟା ସିନୱାର ମଧ୍ୟ ଏଥିରେ ଜଡିତ ଥିଲେ। ଇସମାଇଲ ହାନିଆଙ୍କୁ ହତ୍ୟା କରାଯିବା ପରେ ସିନୱାର ହମାସକୁ ନିୟନ୍ତ୍ରଣ କରୁଥିଲେ। ତାଙ୍କ ନିର୍ଦ୍ଦେଶରେ ହମାସ ଯୋଦ୍ଧାମାନେ ଇସ୍ରାଏଲରେ ପ୍ରବେଶ କରି ଲୋକଙ୍କୁ ହତ୍ୟା କରି ତାଙ୍କୁ ବାନ୍ଧି ନେଇ ଗାଜା ଚାଲିଯାଇଥିଲେ।

କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ ୟାହିୟା ସିନୱାର ବଙ୍କରରେ ଲୁଚି ରହିଥିଲେ। ସମସ୍ତ ଇସ୍ରାଏଲ ବନ୍ଧକ ମଧ୍ୟ ତାଙ୍କ ସହିତ ଅଛନ୍ତି। ଏହା ମଧ୍ୟ ଦାବି କରାଯାଉଥିଲା ଯେ ତାଙ୍କ ହାତରେ ଏକ ବ୍ୟାଗ ଥିଲା, ଯାହା ୧୫କିଲୋଗ୍ରାମରୁ ଅଧିକ ଡାଇନାମାଇଟ ଭର୍ତ୍ତି ହୋଇଥିଲା। ସେ ଏହାକୁ ସାଙ୍ଗରେ ନେଇଯାଆନ୍ତି କାରଣ ବନ୍ଧକମାନଙ୍କର ମୃତ୍ୟୁ ନ ହେଉ ଏହି ଭୟରେ ଇସ୍ରାଏଲ ତାଙ୍କୁ ଆକ୍ରମଣ କରିବ ନାହିଁ।
କିନ୍ତୁ ବର୍ତ୍ତମାନ ଅନଲାଇନରେ ଭାଇରାଲ ହେଉଥିବା ଫଟୋଗୁଡ଼ିକରେ, ସିନୱାର ପରି ଦେଖାଯାଉଥିବା ବ୍ୟକ୍ତିଙ୍କ ଶରୀର ଦୃଶ୍ୟମାନ ହେଉଛି। ଏହା ସିନୱାର ବୋଲି ଦାବି କରାଯାଉଛି। ଇସ୍ରାଏଲ ସେନା ଏହି ଦାବିକୁ ନିଶ୍ଚିତ କରୁଛି।

ତେବେ ଏ ସମ୍ପର୍କରେ ହମାସ ପକ୍ଷରୁ ଏଯାଏ କୌଣସି ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଯଦି ଏୟାର ଷ୍ଟ୍ରାଇକରେ ସିନୱାର ସତରେ ପ୍ରାଣ ହରାଇଥିବ, ତା'ହେଲେ ଏହା ଇସ୍ରାଏଲ ସେନା ଓ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପାଇଁ ବଡ଼ ସଫଳତା ଭାବେ ଉଭା ହେବ। କାରଣ ପୂର୍ବରୁ ଇସ୍ରାଏଲ ସେନା ଇରାନରେ ପଶି ହମାସର ମୁଖ୍ୟ ଇସମାଇଲ ହାନିୟେଙ୍କୁ ହତ୍ୟା କରିଥିଲା। ଏହାପରେ ସିନୱାର ହମାସ ମୁଖ୍ୟ ହୋଇଥିଲା। ଏବେ ତାକୁ ମଧ୍ୟ ଇସ୍ରାଏଲ ଖତମ କରିଥିବା କୁହାଯାଉଛି।

Hamas Leader Yahya Sinwar

ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଇଁ ସିନୱାର ହମାସ ଆତଙ୍କବାଦୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲା। ଏହାପରେ ଆତଙ୍କବାଦୀମାନେ ଇସ୍ରାଏଲର ସୀମା ଭାଙ୍ଗି ପଶିବା ଓ ଆକାଶ ମାର୍ଗରେ ପାରାଚୁଟ୍‌ରେ ଓହ୍ଲାଇ ଇସ୍ରାଏଲ ଲୋକଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲେ। ଏଥିରେ ୧୨୦୦ ଇସ୍ରାଏଲ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ଏହାପର ଠାରୁ ଇସ୍ରାଏଲ ଆତଙ୍କବାଦୀ ସଫେଇ ଅଭିଯାନ ଜାରି ରଖିଛି। ସେବେଠାରୁ ୬୩ ବର୍ଷୀୟ ସିନୱାର ଇସ୍ରାଏଲ୍‌ର ଟାର୍ଗେଟ୍‌ରେ ଥିଲା।

ପାଲେଷ୍ଟାଇନ୍‌କୁ ପୂର୍ଣ୍ଣ ଦେଶ କରିବାକୁ ହେଲେ ଯୁଦ୍ଧ ହିଁ ଏକମାତ୍ର ବିକଳ୍ପ ବୋଲି ସିନୱାର ଭାବୁଥିଲା। ସେ ଦୋହା ସ୍ଥିତ ହମସା ନେତା ଇସ୍‌ମାଇଲ ହାନିଆ ବିରୋଧରେ ମଧ୍ୟ ଥିଲେ। ହାନିଆଙ୍କୁ ସେ ହୋଟେଲ ବୟ ବୋଲି କହୁଥିଲେ। ଜବାବରେ କତାର ନେତା ସିନୱାରଙ୍କୁ ମହାପାପୀ ବୋଲି କହୁଥିଲେ। ଗାଜାରେ କିଛି ଅସନ୍ତୋଷ ସତ୍ତ୍ୱେ ବି ହାମାସ ଉପରେ ସିନୱାରଙ୍କ ଦୃଢ଼ ପ୍ରଭାବ ରହିଥିଲା।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+